ଉଡ଼ାଣ ଭରୁଥିବା ସମୟରେ ନିୟନ୍ତ୍ରଣ ହରାଇଲା ବିଜେପି ସାଂସଦଙ୍କ ହେଲିକପ୍ଟର, ତା’ ପରେ……

ନୂଆଦିଲ୍ଲୀ : ରାଜସ୍ଥାନର ଅଲଓ୍ଵରରୁ ବିଜେପି ସାଂସଦ ଥିବା ମହନ୍ତ ବାଲକନାଥଙ୍କ ହେଲିକପ୍ଟର ଉଡ଼ାଣ ଭରିବା ସମୟରେ ନିୟନ୍ତ୍ରଣ ହରାଇଥିବା ଜଣା ପଡ଼ିଛି । ରବିବାର ହେଲିକପ୍ଟରଟି ତାଙ୍କୁ ନେଇ ଉଡ଼ାଣ ଭରୁଥିବା ସମୟରେ ହଠାତ ଯାନ୍ତ୍ରିକ ତ୍ରୁଟି ପାଇଁ ନିଜର ନିୟନ୍ତ୍ରଣ ହରାଇ ତଳକୁ ଖସିବାକୁ ଲାଗିଥିଲା । କିନ୍ତୁ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ସାଂସଦ ମହନ୍ତ ବାଲକନାଥ । ଏହି ପୂରା ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ସେ ସମୟର ପୂରା ଦୃଶ୍ୟ କଏଦ ହୋଇଛି ।

AajTak

ସୂଚନା ମୁତାବକ, ସାଂସଦ ମହନ୍ତ ବାଲକନାଥ ନିଜ ସଂସଦୀୟ ଅଞ୍ଚଳରେ ଥିବା ଏକ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ସେଠାରୁ ଫେରି ହେଲିକପ୍ଟରରେ ବସିବା ପରେ ହେଲିକପ୍ଟରଟି ଉଡ଼ାଣ ଆରମ୍ଭ କରିଥିଲା । କିନ୍ତୁ ମାଟି ଠାରୁ କିଛି ଦୂର ଉପରକୁ ଯିବା ପରେ ହେଲିକପ୍ଟରଟି ଗୋଲ ଗୋଲ ବୁଲିବା ଆରମ୍ଭ କରିଥିଲେ । ହେଲିକପ୍ଟରଟି ନା ଉପରକୁ ଯାଉଥିଲା ନା ତଳକୁ ଆସୁଥିଲା । ଉପସ୍ଥିତ ଲୋକେ ଏଭଳି ଦୃଶ୍ୟ ଦେଖି ଡ଼ରି ଯାଇଥିବା ବେଳେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ପାଇଁ ହେଲିକପ୍ଟରଟି ଠିକ୍‌ ହୋଇଯିବା ସହ ଉଡ଼ାଣ ଭରିଥିଲା ।

ସମ୍ବନ୍ଧିତ ଖବର