କୋଟା: ଦୋଳିରେ ବସି ଖେଳୁଥିବା ବ‌େଳେ ବେକରେ ଦଉଡ଼ି ଛନ୍ଦି ହୋଇଯିବାରୁ ମଙ୍ଗଳବାର ଦିନ ରାଜସ୍ଥାନର ବାରାଁ ଜିଲ୍ଲାରେ ଜଣେ ୧୦ ବର୍ଷିୟ ବାଳକର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି।

Advertisment

ପୁଲିସ କହିଛି, ତା’ର ନବଜାତ ଭାଇ ନିମନ୍ତେ ଉକ୍ତ ଦୋଳା ବା ଝୁଲଣାଟି ଛବଡ଼ା ନଗରୀସ୍ଥିତ ତାଙ୍କ ବାସ ଭବନରେ ଲଗାଯାଇଥିଲା।

ଅନ୍ୟ ପିଲାମାନଙ୍କ ସହିତ ଆଦିଲ୍‌ ନାମକ ସେ ଦଶ ବର୍ଷିୟ ବାଳକ ଉକ୍ତ ଦୋଳାରେ ଖେଳୁଥିବା ବ‌େଳେ ଦୋଳାର ଦଉଡ଼ି ତା’ ବେକରେ ଗୁଡ଼ାଇ ହୋଇଗଲା। ତା’ପରେ ସେ ବାନ୍ତି କରିପକାଇ ଅଚେତ ହୋଇପଡ଼ିଲା ବୋଲି ଛବଡ଼ା ଥାନା ଇନ୍‌ସ୍‌ପେକ୍ଟର୍‌ ଚୁଟ୍ଟନ୍‌ ଲାଲ୍‌ କହିଛନ୍ତି।

ଅଘଟଣ ସଂକ୍ରାନ୍ତରେ ସୂଚନା ପାଇବାକ୍ଷଣି ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆଦିଲ୍‌କୁ ଡାକ୍ତରଖାନା ନେଇଥିଲା। ତାକୁ ମୃତାବସ୍ଥାରେ ଅଣାଯାଇଥିବା କଥା ସେଠାରେ ଡାକ୍ତରମାନେ କହିଲେ। ବ୍ୟବଚ୍ଛେଦ ପରେ ବାଳକ ଆଦିଲର ଶବ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା କଥା ବୋଲି ଇନ୍‌ସ୍‌ପେକ୍ଟର୍‌ ଲାଲ୍ କହିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି।