ରାଜସ୍ଥାନ : ନୂଆ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କଲେ ଗେହଲୋଟ, ନିଜ ପାଖରେ ରଖିଲେ ଗୃହ, ଅର୍ଥ

ଜୟପୁର : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ନୂଆ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରିଛନ୍ତି । ତେବେ ସେ ନିଜ ପାଖରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଭାଗ ଅର୍ଥ ଓ ଗୃହ ବିଭାଗ ରଖିଛନ୍ତି ।

ବିଶ୍ବେନ୍ଦ୍ର ସିଂ ରାଜସ୍ଥାନ ନୂଆ ପର୍ଯ୍ୟଟନ ମନ୍ତ୍ରୀ ହେବେ । ସେ ସଚିନ ପାଇଲଟଙ୍କ ଘନିଷ୍ଠ ଭାବେ ଜଣାଣୁଶା । ସେହିପରି ମହେଶ ଯୋଶୀ ଜନ ସ୍ବାସ୍ଥ୍ୟ ଇଂଜିନିୟରିଂ ଓ ଭୂଜଳ ବିଭାଗ ଦିଆଯାଇଛି । ସେ ଗେହଲୋଟଙ୍କ ଘନିଷ୍ଠ ଭାବେ ଜଣାଣୁଶା । ବିକାନୀର ବିଧାୟକ ବୁଲାକି ଦାସ କାଲାଙ୍କୁ ଶିକ୍ଷା ବିଭାଗ ଓ ଲାଲଚାନ୍ଦ କାଟାରିଆଙ୍କୁ କୃଷି, ପଶୁପାଳନ ବିଭାଗ ଦିଆଯାଇଛି ।

ଗତ ଶନିବାର ଦିନ ରାଜସ୍ଥାନର ସବୁ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ତା’ପର ଦିନ ଅର୍ଥାତ ରବିବାର ଏକ ନୂଆ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିଥିଲା । ରାଜ୍ୟ କଂଗ୍ରେସର ଦୁଇ ପ୍ରଭାବଶାଳୀ ଗୋଷ୍ଠୀ- ଗେହଲୋଟ ଗୋଷ୍ଠୀ ଓ ସଚିନ ପାଇଲଟ ଗୋଷ୍ଠୀଙ୍କୁ ସନ୍ତୁଷ୍ଟ କରିବାକୁ ଏହି ଅଦଳବଦଳ କରାଯାଇଥିବା କୁହାଯାଉଛି ।

 

 

ସମ୍ବନ୍ଧିତ ଖବର