ଅଗଷ୍ଟ ୧୪ରୁ ରାଜସ୍ଥାନରେ ଆରମ୍ଭ ହୋଇପାରେ ବିଧାନସଭା ଅଧିବେଶନ, ରାଜ୍ୟପାଳଙ୍କୁ ସଂଶୋଧିତ ପ୍ରସ୍ତାବ ପଠାଇଲା ଅଶୋକ ଗେହଲଟ କ୍ୟାବିନେଟ

ନୂଆଦିଲ୍ଲୀ: ଜୁଲାଇ ୩୧ରୁ ବିଧାନସଭା ଅଧିବେଶନ ଡକାଇବାକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦେଇଥିବା ପ୍ରସ୍ତାବକୁ ଫେରାଇ ଦେବା ପରେ ଆଜି ପୁଣି ଥରେ ରାଜ୍ୟପାଳ କାଲରାଜ ମିଶ୍ରଙ୍କୁ ଅଶୋକ ଗେହଲଟ କ୍ୟାବିନେଟ ସଂଶୋଧିତ ପ୍ରସ୍ତାବ ଦେଇଥିବା ଜଣା ପଡିଛି । ସଂଶୋଧିତ ପ୍ରସ୍ତାବରେ ଅଗଷ୍ଟ ୧୪ରେ ଗେହଲଟ କ୍ୟାବିନେଟ ବିଧାନସଭା ଅଧିବେଶନ କରିବାକୁ ଚାହୁଁଥିବା ଲେଖାଯାଇଛି ବୋଲି ସୂତ୍ରରୁ ପ୍ରକାଶ | ତେବେ ଏ ନେଇ ଅଧିକାରିକ ଭାବରେ କୌଣସି ସୂଚନା ସାମ୍ନାକୁ ଆସି ନାହିଁ | ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ବିଧାନସଭା ଅଧିବେଶନ ଡକାଯିବା ନେଇ ରାଜ୍ୟପାଳଙ୍କ ଦ୍ବାରା ଉତ୍‌ଥାପନ କରାଯାଇଥିବ ୩ଟି ସର୍ତ୍ତ ଉପରେ ଆଲୋଚନା ହେବାପରେ ଜୁଲାଇ ୩୧ ତାରିଖରୁ ହିଁ ବିଧାନସଭା ଅଧିବେଶନ ଡକାଯିବାକୁ ନିଷ୍ପତ୍ତି ହୋଇଥିଲା।

Rajasthan government crisis Highlights: Gehlot govt insists on ...
The Indian Express

କ୍ୟାବିନେଟ୍‌ର ଏହି ନିଷ୍ପତ୍ତି ସଂପର୍କରେ ରାଜ୍ୟପାଳଙ୍କୁ ଜଣାଇ ଦିଆଯାଇଥିଲା। ବିଧାନସଭା ଅଧିବେଶନ ପାଇଁ ସରକାର ୨୧ ଦିନିଆ ନୋଟିସ୍ ଜାରି କରିବାକୁ ରାଜ୍ୟପାଳ ଯେଉଁ ସର୍ତ୍ତ ରଖିଥିଲେ ତାହାକୁ କ୍ୟାବିନେଟ୍‌ ଗ୍ରହଣ କରିନଥିବା ବେଳେ ଆଜି ଜୁଲାଇ ୩୧ରୁ ବିଧାନସଭା ଅଧିବେଶନ ହେବା ନେଇ ମୁଖ୍ୟମନ୍ତ୍ରୀ ପଠାଇ ଥିବା ପ୍ରସ୍ତାବକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ ରାଜ୍ୟପାଳ । ଫଳରେ ଜୁଲାଇ ୩୧ରୁ ବିଧାନସଭା ଅଧିବେଶନ ହେବ କି ନାହିଁ ସେ ନେଇ ଦ୍ବନ୍ଦ୍ବ ଉପୁଜିଥିଲା |

ସମ୍ବନ୍ଧିତ ଖବର