ନୂଆଦିଲ୍ଲୀ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଏକ ପତ୍ର ଲେଖି ଘୋଡ଼ା ବେପାର ମାଧ୍ୟମରେ ତାଙ୍କ ସରକାରକୁ ଅସ୍ଥିର କରାଯାଉଛି ବୋଲି ଅଭିଯୋଗ କରିଛନ୍ତି। ଗେହଲଟ ଲେଖିଛନ୍ତି, ମୁଁ ଜାଣିନାହିଁ ଏ ବାବଦରେ ଆପଣ କେତେଦୂର ଅବଗତ ଅଛନ୍ତି କିମ୍ବା ଆପଣଙ୍କୁ ବିଭ୍ରାନ୍ତ କରାଯାଇଛି। ଇତିହାସ ଏଭଳି କାର୍ଯ୍ୟରେ ସଂପୃକ୍ତ ଥିବା ଲୋକଙ୍କୁ କେବେ କ୍ଷମା କରିବ ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି। ‘ମୋର ପୂର୍ଣ୍ଣ ବିଶ୍ବାସ ଅଛି ଯେ ଗଣତାନ୍ତ୍ରିକ ପରମ୍ପରା ଏବଂ ସାମ୍ବିଧାନିକ ମୂଲ୍ୟବୋଧର ବିଜୟ ହେବ ଏବଂ ଆମ ସରକାର ସୁଶାସନର ରାସ୍ତାରେ ଏହାର କାର୍ଯ୍ୟକାଳ ପୂର୍ଣ୍ଣ କରିବ’ ବୋଲି ସେ କହିଛନ୍ତି।
ପତ୍ରରେ ଗେହଲଟ ଉଲ୍ଲେଖ କରିଛନ୍ତି ଯେ ସରକାରକୁ ଅସ୍ଥିର କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ବିଜେପିର ଅନ୍ୟ ନେତାମାନେ ସାମିଲ ଅଛନ୍ତି । ସେମାନଙ୍କ ସହିତ କଂଗ୍ରେସର କିଛି ନେତା ମଧ୍ୟ ସାମିଲ ହୋଇଛନ୍ତି। କରୋନା ସଙ୍କଟ ସମୟରେ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର ଚାଲିଛି ବୋଲି ଗେହଲଟ ପ୍ରଧାନମନ୍ତ୍ରୀଙ୍କଠାରେ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/pm-and-cm-72-1577453031-421186-khaskhabar.jpg)