ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଏକ୍ସ (ଟୁଇଟର)ରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଭଜନଲାଲଙ୍କୁ ବିମାନ ଭିତରେ ଗୁଡାଏ ଫାଇଲ ଧରି ବସିଥିବା ଦେଖିବାକୁ ମିଳୁଛି। ଏହି ଫାଇଲଗୁଡ଼ିକରେ ଭଜନଲାଲ କିଛି ଲେଖୁଥିବା ଫଟୋରେ ନଜର ଆସୁଛନ୍ତି।
ଏହି ଫଟୋ ସେୟାର କରି ଭଜନଲାଲ ଲେଖିଛନ୍ତି, ‘ଆତ୍ମନିର୍ଭରଶୀଳ ରାଜସ୍ଥାନ'ର ସଂକଳ୍ପ ନେଇ ମୁଁ ପ୍ରତ୍ୟେକ ମୁହୂର୍ତ୍ତରେ ନିଃସ୍ୱାର୍ଥପର ଭାବରେ ରାଜ୍ୟବାସୀଙ୍କ ସେବା କରିବାକୁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ।’
ଭଜନଲାଲ କହିଛନ୍ତି,‘ ଯେବେ ଠାରୁ ମୁଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ହୋଇ ସମୟ ନଷ୍ଟ କରିବାକୁ ଚାହୁଁନାହିଁ।’
ଗତକାଲି ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭଜନଲାଲ ଶର୍ମା ଶପଥ ଗ୍ରହଣ କରିଛନ୍ତି। ଜୟପୁରର ଆଲବର୍ଟ ହଲ୍ରେ ଅନୁଷ୍ଠିତ ଭବ୍ୟ କାର୍ଯ୍ୟକ୍ରମରେ ରାଜ୍ୟପାଳ କଲରାଜ ମିଶ୍ର ଭଜନଲାଲଙ୍କୁ ମୁଖ୍ୟମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।
ଶପଥପାଠ ପୂର୍ବରୁ ଭଜନଲାଲ ବାପା ଓ ମା’ଙ୍କୁ ସାମ୍ନାରେ ଏକାଠି ବସାଇଥିଲେ। ଏହାପରେ ତାଙ୍କ ପାଦ ଧୋଇ ଆର୍ଶୀବାଦ ନେଇଥିଲେ। ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।
सजग व सशक्त म्हारौ नयो राजस्थान!
'आत्मनिर्भर राजस्थान' के संकल्प की सिद्धि व 'अंत्योदय' के प्रण की पूर्णता के लिए मैं निरंतर हर पल - हर क्षण निःस्वार्थ भाव से प्रदेशवासियों की सेवा हेतु पूर्णतः संकल्पित हूं।#Rajasthan #आपणो_अग्रणी_राजस्थान pic.twitter.com/aXoI3cVKGC
— Bhajanlal Sharma (@BhajanlalBjp) December 17, 2023
ଭିଡିଓରେ ଭଜନଲାଲଙ୍କ ମା’ ଓ ବାପାଙ୍କ ପ୍ରତିଥିବା ସ୍ନେହଶ୍ରଦ୍ଧାକୁ ବିଭିନ୍ନ ମହଲରେ ଭୁରିଭୁରି ପ୍ରଶଂସା କରାଯାଉଛି। ଆଉ କୁହାଯାଉଛି ବାପା ଓ ମା’ଙ୍କ ଆର୍ଶୀବାଦ ଥିଲେ ସନ୍ତାନ ସବୁ ବାଧାବିଘ୍ନକୁ କାଟି ଆଗେଇ ଯାଇଥାଏ।