ଚାଲାଣ କଟିବା ପରେ ଭଣଜାକୁ ବଞ୍ଚାଇବା ପାଇଁ ପୁଲିସ ଷ୍ଟେସନରେ ଧାରଣାରେ ବସିଥିଲେ ବିଧାୟକ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ରାଜସ୍ଥାନର ଯୋଧପୁର ଜିଲ୍ଲାର ସେରଗଡ଼ ବିଧାନସଭାର କଂଗ୍ରେସ ବିଧାୟକ ମିନା କନୱର ଥାନାରେ ଧାରଣରେ ବସିଥିବା ଦେଖିବାକୁ ମିଳିଛି।

ସୂଚନା ମୁତାବକ, ମଦ ପିଇବାକୁ ନେଇ ପୁଲିସ ବିଧାୟକଙ୍କ  ଭଣଜାଙ୍କ ଚାଲାଣ କାଟିଥିଲା। ଏହି ଘଟଣାକୁ ନେଇ ମିନା କନୱର ରାଗି ଯାଇ ଯୋଧପୁରର ରାତାନାଡା ଥାନାରେ ଧାରଣାରେ ବସିଥିଲେ। ଭିଡିଓରେ ତାଙ୍କ ସ୍ବାମୀ ଉମ୍ମେଦ ସିଂହ ଚମ୍ପାବତ ବି ନଜର ଆସିଛନ୍ତି।

 

ପ୍ରକାଶିତ ରିପୋର୍ଟ ମୁତାବକ, ପୁଲିସ ‌ଯେତେବେଳେ ଯୁବକଙ୍କୁ ଅଟକାଇଥିଲା ତାଙ୍କର ରାଜନେତାଙ୍କ ସହିତ ସମ୍ପର୍କ ଥିବା କଥା କହି ପୁଲିସକୁ ନାଲି ଆଖି ଦେଖାଇଥିଲା। ପୁଲିସ ଯୁବକଙ୍କ ଗୋଟିଏ ବି କଥା ଶୁଣି ନଥିଲା। ଏହି ଘଟଣା ସମ୍ପର୍କରେ ଯେତେବେଳେ ବିଧାୟକ ମିନା କନୱର ପାଖରେ ଖବର ପହଞ୍ଚିଥିଲା ସେ ଥାନାରେ ପହଞ୍ଚି ଧାରଣାରେ ବସିଥିଲେ। ଆଉ କହିଥିଲେ, ସମସ୍ତଙ୍କ ପିଲା ପିଇଥାଆନ୍ତି। କିଛି କଥା ନାହିଁ। ସେମାନେ ହେଉଛନ୍ତି ପିଲା। କିଛି ଅସୁବିଧା ନାହିଁ। ଯଦି ଟିକେ ବହୁତ ପିଇ ଦେଇଛି।

କେବଳ ଏତିକି ନୁ‌ହେଁ, ଅଭିଯୋଗ ହୋଇଛି କି ଥାନାରେ ପହଞ୍ଚିବା ପୂର୍ବରୁ ବିଧାୟକଙ୍କ ସ୍ବାମୀ ପୁଲିସ ଥାନାକୁ ଫୋନ କରି ଧମକ ଦେଇଥିଲେ। କଥା ଯେତେବେଳେ ଆଗକୁ ବଢ଼ିଥିଲା ସେ ଥାନାରେ ପହଞ୍ଚି ଯାଇଥିଲେ। ପରେ ଡିସିପି ବୁଝାସୁଝା କରିବା ପ‌ରେ ଯାଇ ଘଟଣା ଶାନ୍ତ ପଡ଼ିଥିଲା। ଯାହାପରେ ବିଧାୟକ ନିଜ ଭଣଜାଙ୍କୁ ନେଇ ଘରକୁ ଯାଇଥିଲେ।

ସମ୍ବନ୍ଧିତ ଖବର