ଜୟପୁର: ରାଜସ୍ଥାନ ବାମନୱାସ୍ର କଂଗ୍ରେସ ବିଧାୟିକା ଇନ୍ଦିରା ମୀନା ଆଜି ଏକ ଅଭିନବ ଉପାୟରେ ନୂତନ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଚଳାଇଥିବା ଚାଷୀମାନଙ୍କୁ ନିଜର ସମର୍ଥନ ଜଣାଇଛନ୍ତି। ଏହି ଉଦ୍ଦେଶ୍ୟରେ ଆଜି (ବୁଧବାର) ବିଧାୟିକା ମୀନା ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଏକ ଟ୍ରାକ୍ଟର ଚଳାଇ ଆସି ରାଜସ୍ଥାନ ବିଧାନସଭାରେ ପହଞ୍ଚିଥିଲେ।
/sambad/media/post_attachments/wp-content/uploads/2021/02/rajasthan-congress-mla-indira-meena.jpg)
ବିଧାନସଭାରେ ପହଞ୍ଚିବା ପରେ ସେ ସାମ୍ବାଦିକମାନଙ୍କୁ କହିଥିଲେ, ‘ମୁଁ ଚାଷ ଆଇନ ବିରୁଦ୍ଧରେ ଆନ୍ଦୋଳନ କରୁଥିବା କୃଷକଙ୍କୁ ସମର୍ଥନ କରୁଛି। ଯେତେବେଳେ ସେମାନେ ମୋତେ ଆବଶ୍ୟକ କରିବେ ମୁଁ ସେମାନଙ୍କ ପାଇଁ ଅଛି’।
/sambad/media/post_attachments/wp-content/uploads/2021/02/rajasthan-congress-mla-indira-meena1.jpg)
ବିଧାୟିକା ମୀନା ବିଧାନସଭା ବାହାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଏହି ପ୍ରତିବାଦ ଆନ୍ଦୋଳନରେ ଅନେକ ଚାଷୀଙ୍କ ମୃତ୍ୟୁ ଘଟିଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତଥାପି କେନ୍ଦ୍ର ସରକାରଙ୍କର ଅହଂକାର ଭାଙ୍ଗନାହିଁ। ସେ କହିଛନ୍ତି, ଗତ ବର୍ଷ ନଭେମ୍ବର ୨୬ ତାରିଖରୁ ଜାତୀୟ ରାଜଧାନୀର ବିଭିନ୍ନ ସୀମାରେ କୃଷକମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି। ତିନିଟି ନୂତନ ପ୍ରଣୟନ ହୋଇଥିବା କୃଷି ଆଇନ୍: କୃଷକ ଉତ୍ପାଦନ ବାଣିଜ୍ୟ ଏବଂ ବାଣିଜ୍ୟ (ପଦୋନ୍ନତି ଏବଂ ସୁବିଧା) ଆଇନ, ୨୦୨୦ (କୃଷକ ସଶକ୍ତିକରଣ ଏବଂ ସୁରକ୍ଷା) ମୂଲ୍ୟ ନିଶ୍ଚିତତା ଏବଂ କୃଷି ସେବା ଅଧିନିୟମ ୨୦୨୦ ଏବଂ ଜରୁରୀ ଦ୍ରବ୍ୟ (ସଂଶୋଧନ) ଅଧିନିୟମ, ୨୦୨୦କୁ ପ୍ରତ୍ୟାହାର କରିନେବାକୁ ସେମାନେ ଦାବି କରୁଛନ୍ତି। ଏଥିନେଇ ସରକାର ଏବଂ ବିରୋଧୀ କୃଷକ ସଂଗଠନ ମଧ୍ୟରେ ଅନେକ ରାଉଣ୍ଡ ଆଲୋଚନା ହୋଇଛି। କିନ୍ତୁ ସରକାରଙ୍କର ଜିଦ୍ଖୋର ମନୋବୃତ୍ତି ଯୋଗୁଁ ଏ ଅଚଳାବସ୍ଥାର ଏ ଯାବତ୍ ସମାଧାନ ହୋଇପାରିଲା ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/Rajasthan-MLA_Driving-Tractor-to-Assembly_Thumbnail.jpg)