ରାଜସ୍ଥାନ ମଧ୍ୟ କୃଷିଋଣ ଛାଡ଼ କଲା

ପ୍ରତିଶ୍ରୁତି ୨ ଦିନରେ ପୂରଣ କଲୁ: ରାହୁଲ

ଜୟପୁର: ମଧ୍ୟ ପ୍ରଦେଶ ଓ ଛତିଶଗଡ଼ ପରେ  ରାଜସ୍ଥାନରେ କୃଷି ଋଣ ଛାଡ଼ ଘୋଷଣା କରାଯାଇଛି। ନୂଆ କଂଗ୍ରେସ ସରକାର ନିଜ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ଯାଇ କୃଷି ଋଣ ଛାଡ଼ ଘୋଷଣା କରିଛି। ନିଷ୍ପତ୍ତି ଅନୁସାରେ ରାଜସ୍ଥାନ ଚାଷୀଙ୍କ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ଼ କରାଯିବ। ଏଥିପାଇଁ ରାଜ୍ୟ ସରକାରଙ୍କୁ ଅତିରିକ୍ତ ୧୮,୦୦୦ କୋଟି ଟଙ୍କାର ଖର୍ଚ୍ଚ ବହନ କରିବାକୁ ପଡ଼ିବ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ପ୍ରଦେଶ ଓ ଛତିଶଗଡ଼ ସରକାର କୃଷି ଋଣ ଛାଡ଼ ଘୋଷଣା କରିଥିଲେ।
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଏ ସମ୍ପର୍କରେ ଟ୍ବିଟ୍‌ କରି କହିଛନ୍ତି, କ୍ଷମତାକୁ ଆସିବାର ୧୦ ଦିନ ମଧ୍ୟରେ କୃଷି ଋଣ ଛାଡ଼ କରିବୁ ବୋଲି କହିଥିଲୁ। ୧୦ ଦିନ ପରିବର୍ତ୍ତେ ଆମେ ମାତ୍ର ଦୁଇଦିନ ମଧ୍ୟରେ କାମ ସାରିଦେଲୁ। ଏଭଳି ପଦକ୍ଷେପ ନେଇ ଆମେ ଆସାମ ଓ ଗୁଜରାଟ ସରକାରଙ୍କୁ ଗଭୀର ନିଦ୍ରାରୁ ଉଠାଇବାରେ ସମର୍ଥ ହୋଇଛୁ। କିନ୍ତୁ ପ୍ରଧାନମନ୍ତ୍ରୀ ଏବେ ବି ଶୋଇଛନ୍ତି। ତାଙ୍କୁ ମଧ୍ୟ ନିଦରୁ ଉଠାଇବୁ ବୋଲି ରାହୁଲ କହିଛନ୍ତି।

ସମ୍ବନ୍ଧିତ ଖବର