ଅଜମେର: ଭୁଲରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଲା ୧୬ଲକ୍ଷ ଟଙ୍କା। ଫେରାଇବାକୁ ମନା କଲେ ଚାଷୀ। ଅନେକ ଚେଷ୍ଟା ପରେ ଟଙ୍କା ନମିଳିବାରୁ ପୁଲିସର ସାହାଯ୍ୟ ଲୋଡିଲା ବ୍ୟାଙ୍କ। ଘଟଣାଟି ଘଟିଛି ରାଜସ୍ଥାନର ଅଜମେରରେ।
ସୂଚନା ମୁତାବକ, ଏହି ଘଟଣାଟି କିଶନଗଡ଼ର ଆର୍ନି ଥାନା ଅଞ୍ଚଳରେ ଘଟିଛି। ଛୋଟା ଲାମ୍ବା ଗାଁର ବାସିନ୍ଦା ଚାଷୀ କନାରାମ ଜାଟଙ୍କ ବ୍ୟାଙ୍କ ଅଫ୍ ବରୋଦା ଆକାଉଣ୍ଟକୁ ଭୁଲବଶତଃ ୧୬ଲକ୍ଷ ଟଙ୍କା ଆସିଥିଲା। ଟଙ୍କା ପାଇବା ପରେ ସେ ନିଜର ଋଣ ପରିଶୋଧ ପାଇଁ ସେଥିରୁ ୧୫ଲକ୍ଷ ଟଙ୍କା ବ୍ୟବହାର କରିଥିଲେ। ଡିସେମ୍ବର ୩୧ତାରିଖରେ ନ୍ୟୁ ଇଣ୍ଡିଆ ବୀମା କମ୍ପାନିକୁ ଫସଲ ବୀମା ପ୍ରିମିୟମ ଭାବରେ ପଠାଯିବାକୁ ଥିବା ରାଶି ଭୁଲବଶତଃ କନାରାମଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୋଇଥିବା ବ୍ୟାଙ୍କ ଜାଣିବାକୁ ପାଇଥିଲା। ଏହା ପରେ କନାରାମଙ୍କ ସହ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଟଙ୍କା ଫେରାଇବାକୁ ମନା କରିଦେଇଥିଲେ। ଆସିଥିବା ଟଙ୍କାକୁ ସେ ଋଣ ପରିଶୋଧ କରିବାରେ ବ୍ୟବହାର କରିସାରିଥିବା କହିଥିଲେ।
ବ୍ୟାଙ୍କର ମ୍ୟାନେଜର ଏନେଇ ପୁଲିସରେ ଅଭିଯୋଗ କରିବା ସହ କହିଛନ୍ତି ଯେ, ଯଦି ଜାଟ୍ଟ ଟଙ୍କା ନଫେରାନ୍ତି ତେବେ ତାଙ୍କ ଜମି ନିଲାମ କରି ଆମେ ୧୬ଲକ୍ଷ ଟଙ୍କା ଆଣିବୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/01/15/k7KImrcRVQUdTyTAESzW.jpg)