ପାଇଲଟଙ୍କ ପିଟିସନକୁ ଗ୍ରହଣ କରି ବିଚାର ପାଇଁ ବୃହତ୍ତର ଖଣ୍ଡପୀଠକୁ ପଠାଇଲେ ରାଜସ୍ଥାନ ହାଇକୋର୍ଟ

ନୂଆଦିଲ୍ଲୀ: ରାଜସ୍ଥାନର ବିଦ୍ରୋହୀ କଂଗ୍ରେସ ଉପମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟଙ୍କ ସମେତ ୧୯ ଜଣ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘଷୋଣା କରି ବିଧାନସଭା ବାଚସ୍ପତି ସି. ପି. ଯୋଶୀ ଜାରି କରିଥିବା ନୋଟିସକୁ ବିରୋଧ କରି ପାଇଲଟଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣିକୁ ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ ରଖା ଯାଇଥିବା ନେଇ ଖବର ସାମ୍ନାକୁ ଆସିଥିଲା | ପାଇଲଟ କ୍ୟାମ୍ପ ଦାଏର କରିଥିବା ନିଜର ଆବେଦନକୁ ସଂଶୋଧନ କରିବାକୁ ସମୟ ମାଗିବାରୁ ଶୁଣାଣିକୁ ସ୍ଥଗିତ ରଖାଯାଇଥିଲା | ଏହି ଖବର ସାମ୍ନାକୁ ଆସିବାର କିଛି ସମୟ ପରେ ସନ୍ଧ୍ୟା ୫ଟାରେ ରାଜସ୍ଥାନ ହାଇକୋର୍ଟ ପୁଣି ଥରେ ସଚିନ୍‌ ପାଇଲଟଙ୍କ ଆବେଦନକୁ ସଂଶୋଧନ କରିବାକୁ ମାଗିଥିବା ଅନୁମତି ଉପରେ ଶୁଣାଣି ଆରମ୍ଭ କରିଥିଲେ | ଏବେ ଶୁଣାଣି ଶେଷ ହୋଇଥିବା ବେଳେ ରାଜସ୍ଥାନ ହାଇକୋର୍ଟ ସଚିନ ପାଇଲଟଙ୍କ ଆବେଦନକୁ ଗ୍ରହଣ କରି ଏହାକୁ ଏକ ବୃହତ୍ତର ଖଣ୍ଡପୀଠକୁ ପଠାଇଛନ୍ତି। ଉଭୟ ପକ୍ଷର ଓକିଲଙ୍କ ଯୁକ୍ତି ଶୁଣିବା ପରେ ରାଜସ୍ଥାନ ହାଇକୋର୍ଟ ସଚିନ ପାଇଲଟଙ୍କ ଆବେଦନକୁ ଗ୍ରହଣ କରିଥିବା ଜଣା ପଡିଛି | ‌ସେହିପରି ଏହା ଏକ ସାମ୍ବିଧାନିକ ମାମଲା ହୋଇଥିବା କାରଣରୁ ଏହାର ବିଚାର ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ବେଞ୍ଚରେ ନହୋଇ ନହୋଇ ବୃହତ୍ତର ଖଣ୍ଡପୀଠରେ ହେବାର ଆବଶ୍ୟକତା ଥିବା ଯୁକ୍ତି ବାଢ଼ିଥିଲେ ବିଦ୍ରୋହୀ ବିଧାୟକଙ୍କ ଆଇନଜୀବୀ ହରିଶ ସାଲଭେ।

Sachin Pilot is not joining BJP but political crisis within ...
India TV News

ଏହି ମାମଲାରେ କଂଗ୍ରେସ ଦଳ ମୁଖ୍ୟ ସଚେତକ ମହେଶ ଯୋଶୀଙ୍କ ପରାମର୍ଶଦାତା ଏନ.କେ ମାଲୁ କହିଛନ୍ତି ଯେ, ଆମେ ତାଙ୍କ ସଂଶୋଧନ ଆବେଦନକୁ ବିରୋଧ କରିଥିଲୁ, କିନ୍ତୁ କୋର୍ଟ ଏହାକୁ ଗ୍ରହଣ କରି ବୃହତ୍ତର ଖଣ୍ଡପୀଠକୁ ପଠାଇଛନ୍ତି। ଶୁଣାଣିର କୌଣସି ସମୟ ସ୍ଥିର କରାଯାଇ ନାହିଁ | ଶୁଣାଣି କେବେ ହେବ ଓ କେତେଜଣିଆ ବିଚାରପତିଙ୍କ ଖଣ୍ଡପୀଠରେ ହେବ ତା’ର ନିଷ୍ପତ୍ତି ରାଜସ୍ଥାନ ହାଇକୋର୍ଟର ପ୍ରଧାନ ବିଚାରପତି ନେବେ।

ସମ୍ବନ୍ଧିତ ଖବର