ରାଜସ୍ଥାନରେ କ୍ଷୀରକୁ ଦହିରେ ପରିଣତ କରୁଛି ଏହି ଚମତ୍କାରୀ ପଥର, ଦେଶବିଦେଶରେ ଚାହିଦା ଅଛି ଏହାର

ଜୟପୁର: ସାଧାରଣତଃ ଲେମ୍ଵୁ ରସ ଓ ଅନ୍ୟାନ୍ୟ ପଦାର୍ଥକୁ ବ୍ୟବହାର କରି କ୍ଷୀରରୁ ଦହି ତିଆରି କରାଯାଇଥାଏ। କିନ୍ତୁ ରାଜସ୍ଥାନରେ ଏକ ପଥର ଦ୍ଵାରା କ୍ଷୀରକୁ ଦହିରେ ରୂପାନ୍ତରିତ କରାଯାଉଛି। ମିଡିଆରେ ପ୍ରକାଶିତ ସୂଚନା ଅନୁସାରେ, ଏପରି ପଥରକୁ ସ୍ଥାନୀୟ ଭାଷାରେ ‘ହାବୁରିୟା ଭାଟା’ କୁହାଯାଇଥାଏ। ଏହି ପଥର ରାଜସ୍ଥାନର ଜୟସାଲେମରରୁ ୫୦ କିଲୋମିଟର ଦୂରରେ ଥିବା ହାବୁରଗାଓଁରେ ମିଳିଥାଏ। ଏହି ପଥର କେବଳ ରାଜସ୍ଥାନ ନୁହେଁ ଦେଶବିଦେଶରେ ମଧ୍ୟ ଅନନ୍ୟ ପରିଚୟ ସୃଷ୍ଟି କରିଛି।

ଏକ ଗବେଷଣା ଅନୁସାରେ ଏହି ପଥରରେ ଦହି ବନାଯାଉଥିବା ସମସ୍ତ ଉପାଦାନ ଅଛି ଯାହା କ୍ଷୀରକୁ ଦହି ବନାଇବାରେ ସାହାଯ୍ୟ କରିଥାଏ। ଏହି ପଥରରେ ଏମିନୋ ଏସିଡ୍, ଫିନାୟଲ୍ ଏଲିନିୟା, ରିଫ୍ଟାଫେନ୍ ଟାୟରୋସିନ୍ ଅଛି, ଏଗୁଡିକ କ୍ଷୀରକୁ ଦହି ହେବାରେ ସାହାଯ୍ୟ କରିଥାନ୍ତି। ଗ୍ରାମବାସୀଙ୍କ ଅନୁସାରେ ଏହି ପଥରକୁ ବ୍ୟବହାର କରି ତିଆରି କରାଯାଉଥିବା ଦହିକୁ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକ ଅତ୍ୟନ୍ତ ପସନ୍ଦ କରିଥାନ୍ତି। ଏପରି ପଥର ତାଜମହଲ ଓ ସହିତ ଅନ୍ୟ କିଛି ସ୍ଥାନରେ ମଧ୍ୟ ଲାଗିଛି। ଏହି ଚମତ୍କାରୀ ପଥରକୁ କ୍ଷୀରକୁ ଦହି ବନେଇବାରେ ଅନେକ ବର୍ଷ ହେଲା ଗ୍ରାମବାସୀମାନେ ବ୍ୟବହାର କରୁଛନ୍ତି।

ଏହି ଚମତ୍କାରୀ ପଥରକୁ ଦେଖିବା ଓ କିଣିବା ପାଇଁ ପର୍ଯ୍ୟଟକମାନେ ଧାଡି ଲଗାଇଥାନ୍ତି। ଏହି ପଥର ଦ୍ଵାରା ବାସନ, ମୂର୍ତ୍ତି ଓ ଖେଳଣା ବି ତିଆରି କରାଯାଇଥାଏ ଯାହାର ବିକ୍ରି ବହୁମାତ୍ରାରେ ହୋଇଥାଏ। ପଥରର ରଙ୍ଗ ଫିକା ସୁନେଲି ଓ ଚକଚକିଆ ।

ସମ୍ବନ୍ଧିତ ଖବର