ଜୟପୁର: ଶିକ୍ଷକଙ୍କ ପାଇଁ ଉଦ୍ଦିଷ୍ଟ ପାତ୍ରରୁ ପାଣି ପିଇ ମାଡ଼ ଖାଇଥିବା ରାଜସ୍ଥାନୀ ଦଳିତ ସମ୍ପ୍ରଦାୟର ଜଣେ ୯ ବର୍ଷିୟ ବାଳକର ଶନିବାର ଦିନ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ବିରୋଧ କରି ଏବେ ରାଜସ୍ଥାନର ଜାଲୋରରେ ହିଂସା ଆରମ୍ଭ ହୋଇଛି। ଜାଲୋରର ସୁରାଣା ଗ୍ରାମରେ ଏହି ଘଟଣା ଘଟିଥିବା ବେଳେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ଇଣ୍ଟରନେଟ ସେବା ବନ୍ଦ କରିବା ସହ ଏହି ଅଞ୍ଚଳରେ ପାଟ୍ରୋଲିଂ ବୃଦ୍ଧି କରିଛି।
ତେବେ ଘଟଣା ପରେ ପୁଲିସ ଉକ୍ତ ସ୍କୁଲ୍ ଶିକ୍ଷକଙ୍କୁ ଗିରଫ କରି ତାଙ୍କ ବିରୋଧରେ ନରହତ୍ୟା ଅଭିଯୋଗ ଦାଏର କରିଛି। ରାଜ୍ୟ ଶିକ୍ଷା ବିଭାଗ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାପ୍ତ ସୂଚନା ଅନୁସାରେ, ଘଟଣାଟି ଜାଲୋର୍ ଜିଲ୍ଲା ଅନ୍ତର୍ଗତ ସୁରାଣା ଗାଁର ଘରୋଇ ସ୍କୁଲ୍ରେ ଜୁଲାଇ ୨୦ ତାରିଖ ଦିନ ଘଟିଥିଲା। ଶିକ୍ଷକଙ୍କଠାରୁ ମାଡ଼ ଖାଇ ଆଖି ଓ କାନରେ ଆଘାତ ପାଇଥିବା ଦଳିତ ବାଳକକୁ ଚିକିତ୍ସା ନିମନ୍ତେ ୩୦୦ କିଲୋମିଟର୍ ଦୂର ଅହମଦାବାଦକୁ ନିଆଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି।
ଏହାକୁ ନେଇ ରବିବାର ସନ୍ଧ୍ୟାରେ ଗାଁରେ ହିଂସା ଆରମ୍ଭ ହୋଇଥିଲା। ଦଳିତ ସମ୍ପ୍ରଦାୟର ଲୋକମାନେ ଗାଁରେ ମୁତୟନ ହୋଇଥିବା ପୁଲିସ ଉପରକୁ ପଥର ମାଡ଼ କରିବା ଆରମ୍ଭ କରିଥିଲେ। ଏହାର ମୁକାବିଲା ପାଇଁ ପୁଲିସ ଲାଠି ମାଡ଼ କରିଥିଲା। ଏହି ଘଟଣାରେ ମୃତ ବାଳକର ବାପାଭ୍ଖ ସମେତ ଅନେକ ଆହତ ହୋଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/ସ-148.jpg)