ଝୁନଝୁନୁ: ରାଜସ୍ଥାନର ଝୁନଝୁନୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଶବ ବ୍ୟବଚ୍ଛେଦ ପରେ ଜଣେ ବ୍ୟକ୍ତିଙ୍କୁ ମୃତ ଘୋଷଣା କରାଯାଇଥିଲା। ତାଙ୍କ ମୃତଦେହକୁ ୪ ଘଣ୍ଟା ଧରି ଡିପ୍ ଫ୍ରିଜରେ ରଖାଯାଇଥିଲା, କିନ୍ତୁ ଶବ ସତ୍କାର ପାଇଁ ନିଆଯାଇଥିବା ବେଳେ ମୃତ ବ୍ୟକ୍ତି ଜଣକ ନିଶ୍ୱାସ ନେଉଥିବା ଦେଖିବାକୁ ମିଳିଥିଲା, ଯାହା ପରେ ହଇଚଇ ସୃଷ୍ଟି ହୋଇଥିଲା।
ଝୁନଝୁନୁର ବାଗଗଡ଼ସ୍ଥିତ ମା' ସେବା ଅନୁଷ୍ଠାନରେ ରୋହିତାଶ ନାମକ ଜଣେ ୪୭ ବର୍ଷୀୟ ଭିନ୍ନକ୍ଷମ ଓ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ରହୁଥିଲେ। ଗୁରୁବାର ସକାଳେ ତାଙ୍କୁ ଅଚେତ ଅବସ୍ଥାରେ ଚିକିତ୍ସା ପାଇଁ ସରକାରୀ ବିଡିକେ ହସ୍ପିଟାଲର ଜରୁରୀକାଳୀନ ବିଭାଗକୁ ଅଣାଯାଇଥିବା ବେଳେ ସେଠାରେ ଡାକ୍ତରମାନେ ରାତି ୨ଟା ବେଳେ ରୋହିତାଶଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ମୃତଦେହକୁ ବିଡିକେ ହସ୍ପିଟାଲର ଶବ ଗୃହକୁ ସ୍ଥାନାନ୍ତର କରାଯାଇଥିଲା।
ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ତଦନ୍ତରୁ ଜଣାପଡ଼ିଥିଲା ଯେ ଡାକ୍ତରମାନେ ତରବରିଆଭାବେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ମାମଲାରେ ଅବହେଳା ପାଇଁ ୩ ଜଣ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି।
ପ୍ରାୟ ୨ ଘଣ୍ଟା ପରେ ଶବ ବ୍ୟବଚ୍ଛେଦ କରାଯାଇଥିବା ଓ ତା' ପରେ ମୃତଦେହକୁ ମା' ସେବା ଅନୁଷ୍ଠାନକୁ ହସ୍ତାନ୍ତର କରାଯାଇଥିଲା । ଏହା ପରେ ମୃତ ରୋହିତାଶଙ୍କୁ ଅନ୍ତିମ ସଂସ୍କାର ପାଇଁ ନିଆଯାଉଥିବା ବେଳେ ଜୀବିତ ଅବସ୍ଥାରେ ଆସିଥିଲେ। ରୋହିତାଶଙ୍କୁ ତରବରିଆ ଭାବେ ଡାକ୍ତରଖାନା ଅଣାଯାଇଥିଲା। ଯେଉଁଠାରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି।
ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ତଦନ୍ତରୁ ଜଣାପଡ଼ିଥିଲା ଯେ ଡାକ୍ତରମାନେ ତରବରିଆଭାବେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ମାମଲାରେ ଅବହେଳା ପାଇଁ ୩ ଜଣ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/11/22/U2uNiqZk3WUWsLlMhk9r.jpeg)