ଧାରା ୩୭୦ ଉଚ୍ଛେଦ ପରେ ୩୦ବର୍ଷ ପୂର୍ବେ ରାଜସ୍ଥାନର ଏହି ନେତା ନେଇଥିବା ସଂକଳ୍ପ ପୂରା ହେଲା

ନୂଆଦିଲ୍ଲୀ: କଶ୍ମୀରକୁ ନେଇ ଦେଶର କେତେକ ଯବାନ ନିଜ ଜୀବନକୁ ଦେଶପାଇଁ ବାଜି ଲଗାଇ ଦେଇଛନ୍ତି। ତେବେ କୌଣସି ନେତାଙ୍କୁ କଶ୍ମୀରରୁ ଧାରା ୩୭୦ ହଟାଇବା ପାଇଁ ସଂକଳ୍ପ ନେଇଥିବା କେବେ ଶୁଣିଛନ୍ତି। ଯେପର୍ଯ୍ୟନ୍ତ କଶ୍ମୀରରୁ ଧାରା ୩୭୦ ହଟିବ ନାହିଁ ସେ ପର୍ଯ୍ୟନ୍ତ ବିଛଣାରେ ଶୋଇବେ ନାହିଁ ବୋଲି ଭାଜପାର ବରିଷ୍ଠ ନେତା ଓ ପୂର୍ବତନ ମନ୍ତ୍ରୀ ତଥା ରାମଗଞ୍ଜ ମଣ୍ଡିର ବିଧାୟକ ମଦନ ଦିଲାଓ୍ଵର ଆଜକୁ ୩୦ପୂର୍ବେ ଏଭଳି ସଂକଳ୍ପ ନେଇଥିଲେ।

ମୁରଲିମନହୋର ଜୋସିଙ୍କ ସହିତ ତିରଙ୍ଗା ଯାତ୍ରା ସମୟରେ କଶ୍ମୀର ଅବସ୍ଥାକୁ ଅତି ନିକଟରୁ ଦେଖିବା ପରେ ମଦନ ଦିଲାଓ୍ଵର ଏକ ସଂକଳ୍ପ ନେଇଥିଲେ। ତାଙ୍କର ସଂକଳ୍ପ ଥିଲା, ଯେପର୍ଯ୍ୟନ୍ତ କଶ୍ମୀରରୁ ଧାରା ୩୭୦କୁ ହଟା ଯାଇ ନାହିଁ ସେ ପର୍ଯ୍ୟନ୍ତ ସେ ବିଛଣାରେ ଶୋଇବେ ନାହିଁ। ମୋଦି ଗତ ସୋମବାର ଐତିହାସିକ ନିଷ୍ପତ୍ତି ନେଇ ଜମ୍ମୁ-କଶ୍ମୀରକୁ ଭାରତ ଠାରୁ ଅଲଗା କରି ରଖିଥିବା ସମ୍ବିଧାନର ଧାରା ୩୭୦କୁ ଉଚ୍ଛେଦ କରିଥିଲେ। ଫଳରେ ଦୀର୍ଘ ୩୦ବର୍ଷ ପରେ ମଦନ ଦିଲାଓ୍ଵରଙ୍କ ଏହି ତପସ୍ୟା ପୂରା ହୋଇଛି।

ସମ୍ବନ୍ଧିତ ଖବର