ଜୟପୁର : ନିକଟରେ ପଞ୍ଚାୟତ ନିର୍ବାଚନରେ ପରାଜୟ ବରଣ କରିଥିବା କଂଗ୍ରେସ ରାଜସ୍ଥାନ ପୌର ନିର୍ବାଚନରେ ବାଜି ମାରିନେଇଛି। ୬୨୦ଟି ୱାର୍ଡ୍ରେ ଜିତି କଂଗ୍ରେସ ବିଜେପିକୁ ପରାଜିତ କରିବାରେ ସଫଳ ହୋଇଛି। ଅନ୍ୟପକ୍ଷେ ସ୍ବାଧୀନ ପ୍ରାର୍ଥୀମାନେ ୫୯୫ ୱାର୍ଡ୍ରେ ଜିତି ଦ୍ବିତୀୟ ସ୍ଥାନରେ ଥିବାବେଳେ ବିଜେପି ୫୪୮ଟି ୱାର୍ଡରେ ଜିତି ତୃତୀୟ ସ୍ଥାନରେ ରହିଛି। ତେବେ ବିଏସ୍ପି ମାତ୍ର ୭ଟି ୱାର୍ଡ୍ରେ ଜିତିଛି। କିନ୍ତୁ ନିକଟରେ ଶେଷ ହୋଇଥିବା ପଞ୍ଚାୟତ ନିର୍ବାଚନରେ ବିଜେପି ୧୨ଟି ଜିଲ୍ଲା ପରିଷଦରେ ଜିଲ୍ଲା ପ୍ରମୁଖଙ୍କୁ ନିର୍ବାଚିତ କରିବାରେ ସଫଳ ହୋଇଥିବାବେଳେ କଂଗ୍ରେସ କେବଳ ୫ଟି ଜିଲ୍ଲା ପ୍ରମୁଖଙ୍କୁ ନିର୍ବାଚିତ କରିପାରିଥିଲା। ଉଲ୍ଲେଖଯୋଗ୍ୟ ରାଜସ୍ଥାନରେ ୧୨ଟି ଜିଲ୍ଲାର ୧୭୭୫ଟି ୱାର୍ଡରେ ନିର୍ବାଚନ ହୋଇଥିଲା। ନିର୍ବାଚନ ଫଳ ଆସିବା ପରେ ରାଜସ୍ଥାନ କଂଗ୍ରେସ ସଭାପତି ଗୋବିନ୍ଦ ସିଂହ ଦୋତସାରା କହିଛନ୍ତି, ୧୭ଟି ପୌରାଞ୍ଚଳରେ ଆମେ ବିନା ସମର୍ଥନରେ ବୋର୍ଡ ଗଠନ କରିବୁ। କିନ୍ତୁ ବାକି ୨୪ ପୌରାଞ୍ଚଳରେ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥନରେ ଆମେ ବୋର୍ଡ୍ ଗଠନ କରିବୁ ବୋଲି ସେ କହିଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କଂଗ୍ରେସର ବିଜୟ ପାଇଁ ଦଳୀୟ କର୍ମୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ ଗତ ୧୧ ତାରିଖରେ ରାଜସ୍ଥାନ ପୌର ନିର୍ବାଚନ ହୋଇଥିଲା।
ରାଜସ୍ଥାନ ପୌର ନିର୍ବାଚନ: ବିଜେପିକୁ ହରାଇ ବାଜି ମାରିନେଲା କଂଗ୍ରେସ
/sambad/media/post_attachments/wp-content/uploads/2020/12/congress-bjp_710x400xt.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)