ଜୟପୁର: ବୁଧବାର ରାଜସ୍ଥାନର ଏକ ମତଦାନ କେନ୍ଦ୍ରରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ସାମ୍ନାକୁ ଆସିଛି। ମତଦାନ ବେଳେ ଏସଡିଏମଙ୍କୁ ଘୋଷାଡି ଆଣି ମାଡ଼ ମାରିଛନ୍ତି ସ୍ବାଧୀନ ପ୍ରାର୍ଥୀ ନରେଶ ମୀନା। ରାଜସ୍ଥାନର ସମରବତା ମତଦାନ କେନ୍ଦ୍ରରେ ଘଟିଛି ଏହି ଘଟଣା। ଏହାର ଭିଡିଓ ଏବେ ଖୁବ ଭାଇରାଲ ହେଉଛି।
ସୂଚନାନୁସାରେ, ଦେଓଲି-ଉନିୟାରା ନିର୍ବାଚନମଣ୍ଡଳୀର ସ୍ୱାଧୀନ ପ୍ରାର୍ଥୀ ନରେଶ ମୀନା ଜଣେ ଏସଡିଏମଙ୍କୁ ଚାପୁଡ଼ା ମାରିଥିଲେ।ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ନରେଶ ମୀନା ମତଦାନ ବୁଥରେ ପ୍ରବେଶ କରି ନିର୍ବାଚନ ପ୍ରୋଟୋକଲ ଉପରେ ନଜର ରଖିବାକୁ ମୁତୟନ ହୋଇଥିବା ଏସଡିଏମ ଅମିତ ଚୌଧୁରୀଙ୍କୁ ଚାପୁଡ଼ା ମାରୁଛନ୍ତି। ଏହା ଦେଖି ପୁଲିସ ତାଙ୍କୁ ଅଟକାଉଛି।
मैं देवली उनियारा से नरेश मीणा का समर्थन कर रहा था परंतु आज जिस प्रकार का गंदा रवैया उनके द्वारा देखा गया वह शर्मनाक है।@NareshMeena__ की अभी कोई हैसियत नहीं है कि वह एक एसडीएम के ऊपर हाथ उठाएं, यह लोकतंत्र व भारतीय प्रशासन पर कलंक है। एकतरफ देश की सबसे कठिन परीक्षा देकर आया एक… pic.twitter.com/urAxAjR3BI
— Priyanshu Kumar (@priyanshu__63) November 13, 2024
ଏହି ଘଟଣା ପରେ ନିଜର ପ୍ରତିକ୍ରିୟା ଦେଇ ମୀନା କହିଛନ୍ତି, ଏଠାରେ ମୁତୟନ ହୋଇଥିବା ଏସଡିଏମ ତାଙ୍କର ତିନି ଜଣ ଲୋକଙ୍କୁ ଆଣି ମତଦାନ କରାଇଥିଲେ। ମୁଁ ଲୋକମାନଙ୍କୁ ଅନୁରୋଧ କରିବି ଯେ ସେମାନେ ମୋତେ ଭୋଟ୍ ଦେଇ ଏହାର ଜବାବ ଦିଅନ୍ତୁ।
देवली उनियारा की समस्त जनता और मेरे युवा साथियों से अपील! pic.twitter.com/teGGh5Ul49
— Naresh Meena (@NareshMeena__) November 13, 2024
ଉଲ୍ଲେଖଯୋଗ୍ୟ, ନରେଶ ମୀନା କଂଗ୍ରେସ ନେତା ଥିଲେ । ହେଲେ ଉପନିର୍ବାଚନ ପାଇଁ କଂଗ୍ରେସ ଦେଓଲି-ଉନିୟାରା ନିର୍ବାଚନମଣ୍ଡଳୀରୁ କସ୍ତୁର ଚନ୍ଦ ମୀନାଙ୍କୁ ପ୍ରାର୍ଥୀ କରିବାରୁ ନରେଶ ସ୍ବାଧୀନ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଥିଲେ। ଏହା ପରେ କଂଗ୍ରେସ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା।