ଜୟପୁର: ନିକଟରେ ସରିଥିବା ଲୋକସଭା ନିର୍ବାଚନରେ କଂଗ୍ରେସ ରାଜସ୍ଥାନର ୨୫ ଲୋକସଭା ଆସନରୁ ଗୋଟିଏ ବି ପାଇପାରି ନଥିଲା। ୨୦୧୮ ବିଧାନସଭା ନିର୍ବାଚନର ବିଜୟକୁ ବଜାୟ ରଖିପାରିନଥିବା କଂଗ୍ରେସ ପୁଣିଥରେ ପଞ୍ଚାୟତ ସମିତି ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି। ରାଜସ୍ଥାନର ୩୩ଟି ଜିଲ୍ଲାରୁ ୨୬ ଜିଲ୍ଲାରେ ପଂଚାୟତ ସମିତି ଏବଂ ଜିଲ୍ଲା ପରିଷଦ ନିର୍ବାଚନ ହୋଇଥିଲା। କଂଗ୍ରେସ ୭୪ ପଞ୍ଚାୟତ ସମିତି ଆସନରୁ ୩୯ଟିରେ ଜିତିଛି ଏବଂ ବିଜେପି ଦ୍ବିତୀୟ ସ୍ଥାନରେ ରହି ୨୯ଟି ଆସନ ହାସଲ କରିଛି। ଜିଲ୍ଲା ପରିଷଦ ନିର୍ବାଚନରେ କଂଗ୍ରେସ ୯ଟିରୁ ୭ଟିରେ ଜିତିଛି।
ରାଜସ୍ଥାନ ପଂଚାୟତ ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ
/sambad/media/post_attachments/wp-content/uploads/2019/07/Indian_National_Congress_svg.png)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)