ରାଜସ୍ଥାନରେ ୭୦୦ବର୍ଷ ହେଲାଣି ଏହି ଜାତିର ଲୋକେ ପାଳନ କରି ନାହାନ୍ତି ରାଖୀ ପୂର୍ଣ୍ଣିମା

ଜୈସଲମେର(ରାଜସ୍ଥାନ): ଆଜି ସାରା ଭାରତ ରାଖୀ ପୂର୍ଣ୍ଣିମାକୁ ଖୁବ୍‌ ଧୁମ୍‌ ଧାମ୍‌ରେ ପାଳନ କରୁଛି । ଭଉଣୀମାନେ ନିଜ ଭାଇର ହାତରେ ରାଖୀ ବାନ୍ଧିଥିବା ବେଳେ ଭଉଣୀର ସୁରକ୍ଷା କରିବ ବୋଲି ବଚ୍ଚନ ଦେଇଛି ଭାଇ । ତେବେ ଭାରତରେ ଥିବା ରାଜସ୍ଥାନର ଏକ ଅଞ୍ଚଳରେ ପ୍ରାୟ ୭୦୦ବର୍ଷ ହେଲାଣି ଲୋକମାନେ ଏହି ଦିନକଟିକୁ ପାଳନ କରି ନାହାନ୍ତି ।

Times Now Hindi

ପାଲିବାଲ ସମାଜର ଲୋକମାନେ ଏହି ଦିନଟିକୁ ବଳିଦାନ ଦିବସ ଭାବେ ପାଳନ କରିଥାନ୍ତି । ୭୦୦ବର୍ଷ ତଳେ ଶ୍ରାବଣର ଏହି ପୂର୍ଣ୍ଣିମାରେ ଜଣେ ମୋଗଲ ଶାସକ ପାଲିବାଲ ସମାଜରେ ରହୁଥିବା ହଜାର ହଜାର ଲୋକଙ୍କର ହତ୍ୟା କରିଥିଲେ । ସାରା ଦେଶରେ ରହୁଥିବା ପାଲିବାଲ ବ୍ରାହ୍ମଣ ଏହି ଦିନଟିକୁ ସେଥିପାଇଁ ପାଳନ କରନ୍ତି ନାହିଁ । ଦେଶର ଯେଉଁ କୋଣରେ ରହିଲେ ମଧ୍ୟ ସେମାନେ ନିଜ ଭାଇ ହାତରେ ରାଖୀ ବାନ୍ଧନ୍ତି ନାହିଁ । ଏହି ଦିନ ସେମାନେ ନିଜ ପୂର୍ବଜଙ୍କୁ ମନେ ପକାଇବା ସହ ସେମାନଙ୍କର ପୂଜା କରିଥାନ୍ତି ।

ସମ୍ବନ୍ଧିତ ଖବର