ନୂଆଦିଲ୍ଲୀ: ରାଜସ୍ଥାନରେ ରାଜନୈତିକ ସଂକଟ ଜାରି ରହିଥିବା ବେଳେ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ନୂଆଦିଲ୍ଲୀରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଛନ୍ତି। ବସୁନ୍ଧରା ରାଜନାଥଙ୍କ ସହ ରାଜସ୍ଥାନର ରାଜନୈତିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ବସୁନ୍ଧରା ଗତ କିଛି ଦିନ ଧରି ଦିଲ୍ଲୀରେ ଅଛନ୍ତି। ସେ ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ଭେଟିଥିଲେ। ସେହିଭଳି ବସୁନ୍ଧରା ବିଜେପିର ସାଧାରଣ ସମ୍ପାଦକ ବି.ଏଲ୍. ସନ୍ତୋଷଙ୍କୁ ମଧ୍ୟ ଭେଟିଛନ୍ତି। ବସୁନ୍ଧରା ବିଜେପିର ଏତେ ନେତାଙ୍କୁ ହଠାତ୍ ଭେଟିବା ନେଇ ରାଜସ୍ଥାନ ରାଜନୀତି ସରଗରମ ହୋଇଛି। ଏହା ମଧ୍ୟରେ କଂଗ୍ରେସ ସଚ୍ଚିନ ପାଇଲଟ୍ଙ୍କୁ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦେଇଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କ ନିକଟରେ ସଂଖ୍ୟା ଗରିଷ୍ଠ ବିଧାୟକଙ୍କ ସମର୍ଥନ ରହିଛି ବୋଲି ଗେହଲଟ୍ ଦାବି କରିଛନ୍ତି। ରାଜସ୍ଥାନ ବିଧାନସଭା ଅଧିବେଶନ ଆଗାମୀ ୧୪ ତାରିଖରୁ ଆରମ୍ଭ ହେବାକୁ ଥିବାରୁ ଏହା ପୂର୍ବରୁ କିଛି ବଡ଼ ହଟଚମଟ ହେବା ସମ୍ଭାବନା ରହିଛି।
ରାଜସ୍ଥାନ ରାଜନୀତି: ରାଜନାଥଙ୍କୁ ଭେଟିଲେ ବସୁନ୍ଧରା
/sambad/media/post_attachments/wp-content/uploads/2020/08/basundhara-and-rajnath.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)