ମହିଳା ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲୁଥିବା ସମୟରେ ହଠାତ୍‌ ସ୍କ୍ରିନ୍‌ରେ ଚାଲିଲା ପର୍ଣ୍ଣ ଭିଡିଓ, ତା’ ପରେ……

ଜୟପୁର : ରାଜସ୍ଥାନରେ ଖାଦ୍ୟ ଏବଂ ଯୋଗାଣ ବିଭାଗର ଅଧିକାରୀମାନେ ବୈଠକ କରୁଥିବା ସମୟରେ ହଠାତ୍‌ ପର୍ଣ୍ଣ ଭିଡିଓ ସ୍କ୍ରିନ୍‌ରେ ପ୍ଲେ ହୋଇଯିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଜୟପୁରରେ ବୈଠକ ଥିବା ବେଳେ ଏଭଳି ଘଟଣା ଘଟିଥିଲା । ସୋମବାର ସଚିବାଳୟରେ ଖାଦ୍ୟ ଏବଂ ଯୋଗାଣ ବିଭାଗର ସଚିବ ମୁଗ୍ଧା ସିଂହ ବୈଠକର ଅଧ୍ୟକ୍ଷତା କରୁଥିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା । ଏହି ଘଟଣା ପରେ ତାଙ୍କୁ ଅଧିକାରୀମାନଙ୍କ ଆଗରେ ଲଜ୍ଜିତ ହେବାକୁ ପଡ଼ିଥିଲା ।

timesnownews.com

ମୁଗ୍ଧା ସିଂହଙ୍କ କହିବା ଅନୁଯାୟୀ, ଏହି ବୈଠକରେ ୧୦ଜଣ ବିଭାଗୀୟ ଅଧିକାରୀ ଏବଂ ଏନ୍‌ଆଇସିର ପ୍ରତିନିଧି ସାମିଲ ହୋଇଥିଲେ । ଏହା ସହ ରାଜସ୍ଥାନର ୩୩ଟି ଜିଲ୍ଲାର ଯୋଗାଣ ଅଧିକାରୀ ମଧ୍ୟ ଭିଡିଓ କନ୍‌ଫରେନ୍ସିଙ୍ଗ୍‌ ଜରିଆରେ ବୈଠକରେ ସାମିଲ ହୋଇଥିଲେ । ବୈଠକ ଚାଲିଥିବା ମଝିରେ ପର୍ଣ୍ଣ କ୍ଲିପ୍‌ଟି ହଠାତ୍‌ ପ୍ଲେ ହୋଇ ଯାଇଥିଲା । ଏହି ଘଟଣା ପରେ ମୁଁ ଏନ୍‌ଆଇସିର ନିର୍ଦ୍ଦେଶକଙ୍କୁ ଡ଼କାଇ ଏହାର ତଦନ୍ତ କରିବାର ନିର୍ଦ୍ଦେଶ ଦେଇଛି । ଏହା ସହ ଯେତେ ଶୀଘ୍ର ସମ୍ଭବ ରିପୋର୍ଟ ଦାଖଲ କରିବାକୁ ଆଦେଶ ଦେଇଛି । ରିପୋର୍ଟ ଆସିବା ପରେ ଦୋଷୀକୁ କ’ଣ ଦଣ୍ଡ ଦିଆଯିବ ସେ ନେଇ ନିଷ୍ପତ୍ତି ନିଆଯିବ ।

ସମ୍ବନ୍ଧିତ ଖବର