ସପ୍ତାହକ ପାଇଁ ସୀମା ସିଲ୍‌ କରିବ ରାଜସ୍ଥାନ

ଜୟପୁର : ରାଜସ୍ଥାନ‌ରେ ହଠାତ୍‌ ସଂକ୍ରମଣ ବଢ଼ି ଯାଇଥିବାରୁ ରାଜସ୍ଥାନ ସରକାର ସପ୍ତାହକ ପାଇଁ ସୀମା‌ ସିଲ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। କେବଳ ପାସ୍‌ ଥିବା ଲୋକ ହିଁ ରାଜ୍ୟରେ ପ୍ରବେଶ କରିପାରିବେ ଏବଂ ରାଜ୍ୟ ଛାଡ଼ିପାରିବେ ବୋଲି ରାଜ୍ୟ ସରକାର କହିଛନ୍ତି। ପଂଜାବ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ହରିୟାଣା ସହ ରାଜସ୍ଥାନ ଏହାର ସୀମା ସେୟାର କରୁଛି। ତେବେ କୌଣସି ବ୍ୟକ୍ତି ଏନ୍‌ଓସି ତଥା ବିନା ନୋ ଅବ୍‌ଜେକସନ୍ ସାର୍ଟିଫିକେଟ୍‌ରେ ରାଜ୍ୟ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ କି ରାଜ୍ୟ ଛାଡ଼ି ପାରିବେନି ବୋଲି କୁହାଯାଇଛି। ପୁଲିସ ଡିଜି ଏମ୍‌ ଏଲ୍‌ ଲାଥର ଏନେଇ ଏକ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ରାଜସ୍ଥାନରେ ଆଜି ସକାଳେ ୧୨୩ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ୩୦୦ରେ ପହଞ୍ଚିଛି ଏବଂ ୨୫୬ ଜଣଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର