ନୂଆଦିଲ୍ଲୀ: ଭାରତର ରାଜସ୍ତାନରୁ ପାକିସ୍ତାନ ଯାଇଥିବା ଅଞ୍ଜୁଙ୍କୁ ତାଙ୍କ ପ୍ରେମିକ ନସରୁଲ୍ଳା ବିବାହ କରିବାରକୁ ରାଜି ଥିବା କଥା ଗଣାମଧ୍ୟମରେ ପ୍ରକାଶ କରିଛନ୍ତି। ଖାଲି ସେତିକି ନୁହେଁ, ସେ ଅଞ୍ଜୁଙ୍କୁ ବିବାହ କରିବା ସହ ତାଙ୍କ ପିଲାମାନଙ୍କୁ ବି ଗ୍ରହଣ କରିବାକୁ ପ୍ରସ୍ତୁତ। ହେଲେ ଯେବେ ଅଞ୍ଜୁ ଚାହିଁବେ ସେ ସେବେ ବିବାହ କରିବେ ବୋଲି କହିଛନ୍ତି। ନସରୁଲ୍ଲା ଗଣମାଧ୍ୟମରେ ଆହୁରି ବି କହିଛନ୍ତି ଯେ ଅଞ୍ଜୁଙ୍କ ଭିସା ଅଗଷ୍ଟ ୨୦ ତାରିଖରେ ସରିଯିବ। ତାହା ପୂର୍ବରୁ ସେ ଭାରତ ଫେରିଯିବେ। ପରେ ସେ ଯଦି ଚାହାନ୍ତି ତ ବିବାହ କରିବେ।
ନସରୁଲ୍ଲା ଏକ ଗଣମାଧ୍ୟମରେ କହିଛନ୍ତି ଯେ ସେ ୨୦୧୯ ମସିହାରୁ ଅଞ୍ଜୁଙ୍କୁ ଫେସ୍ବୁକ୍ ଜରିଆରେ ଜାଣନ୍ତି। ଦୁହିଁଙ୍କ ଭିତରେ ବନ୍ଧୁତ୍ବ ଖୁବ୍ ଭଲ। ସେ ଅଞ୍ଜୁଙ୍କୁ ପ୍ରେମ କରନ୍ତି ଓ ବିବାହ ବି କରିବାକୁ ଚାହାନ୍ତି। ଏଥିପାଇଁ ସେ ଭାରତ ଆସିବାକୁ ବି ରାଜି।
ତାଙ୍କୁ ପ୍ରଥମରୁ ଜଣା ଅଛି ଯେ ଅଞ୍ଜୁ ବିବାହିତା ଓ ତାଙ୍କର ୨ ପିଲା ଅଛନ୍ତି। ତାପରେ ବି ସେ ଅଞ୍ଜୁଙ୍କୁ ବିବାହ କରିବାକୁ ରାଜି। ହେଲେ ଅଞ୍ଜୁଙ୍କ ସମ୍ମତିରେ ହିଁ ସେ ବିବାହ କରିବେ। ଯଦି ଅଞ୍ଜୁ ତାଙ୍କୁ ଜୀବନସାଥୀ ରୂପେ ବାଛିବାକୁ ଚାହିଁବେ ତ ସେ ଖୁସି ହେବେ ବୋଲି ଜଣାଇଛନ୍ତି।
ସେ ଆହୁରି ବି କହିଛନ୍ତି ସେ ଅଞ୍ଜୁଙ୍କୁ ଏହା ଭିତରେ ପାକିସ୍ତାନର ଅନେକ ଜାଗା ବୁଲାଇ ସାରିଲେଣି। ଅଞ୍ଜୁଙ୍କୁ ପାକିସ୍ତାନ ଖୁବ୍ ଭଲ ଲାଗୁଛି। ସେ ପୂରା ସୁରକ୍ଷିତ ଅଛନ୍ତି। ପୂଲିସ୍ ତାଙ୍କୁ ସୁରକ୍ଷା ପ୍ରଦାନ କରୁଛି। ତାଙ୍କ ଭିସା ଅବଧି ଶେଷ ହେବା ପୂର୍ବରୁ ଅଞ୍ଜୁ ଭାରତ ଫେରି ଆସିବେ।