ଜୟପୁର: ଭାରତୀୟ ପାଣିପାଗ ବିଭାଗ ଆସନ୍ତା ଅଗଷ୍ଟ ୧୮ରୁ ୧୯ ତାରିଖ ମଧ୍ୟରେ ରାଜସ୍ଥାନ, ଉତ୍ତରପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ର, ଗୋଆ ସମେତ ପୂର୍ବ-ଉତ୍ତରର ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି। ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଉତ୍ତରପ୍ରଦେଶ ଏବଂ ଗୁଜୁରାଟରେ ପୂର୍ବରୁ ରେଡ୍ ଆଲର୍ଟ ଜାରି ହୋଇଥିବାବେଳେ ଓଡ଼ିଶାରେ ଅରେଞ୍ଜ ଓ୍ଵାର୍ଣ୍ଣିଂ ଆଲର୍ଟ ଜାରି କରାଯାଇଛି।
ଗତ ଶୁକ୍ରବାର ରାଜସ୍ଥାନରେ ପ୍ରବଳ ବର୍ଷା ହେତୁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଥିଲା। ପ୍ରବଳ ବର୍ଷା ହେତୁ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ ଦୀର୍ଘ ୩୯ ବର୍ଷ ପରେ ଜୟପୁରରେ ପାଖାପାଖି ୧୦ ଘଣ୍ଟା ଧରି ୭.୨୪ଇଞ୍ଚରେ ବର୍ଷା ହୋଇଥିଲା। ଭୀଷଣ ବର୍ଷା ହେତୁ ଅନେକ କ୍ଷୟକ୍ଷତି ହେବା ସହ ବର୍ଷାର ଭୟାବହ ସ୍ଥିତି ଦେଖିବାକୁ ମିଳିଛି। ସହରରେ ଲଗାଣ ବର୍ଷା ପରେ ଚାରିଆଡେ ଜମି ରହିଛି ଖାଲି ପାଣି। ରାସ୍ତାରେ ଛିଡା ହୋଇଥିବା ଅନେକ ଯାନବାହାନ ମାଟିରେ ଦବି ଯାଇଥିବା ଦୃଶ୍ୟ ବି ସାମ୍ନାକୁ ଆସିଛି। ମାଟି ତଳେ ଫସି ଯାଇଥିବା ଯାନବାହନକୁ ବାହାର କରିବା ପାଇଁ ଲୋକମାନଙ୍କୁ ଏବେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି।
ତେବେ ଜୟପୁରରେ ପ୍ରବଳ ବର୍ଷା ଯୋଗୁଁ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଲୋକଙ୍କ ଅନେକ ଦରକାରୀ ଜିନିଷ ବର୍ଷା ପାଣିରେ ଭାସି ଯାଇଛି। ସିଭିଲ ଡିଫେନ୍ସ ଓ ଏସଡିଆରଏଫର ୩୦ ଜଣ ସ୍ୱଚ୍ଛାସେବୀଙ୍କ ଦଳ ଗାଡି ଓ ପ୍ରବଳ ବର୍ଷାରେ ପ୍ରାଣ ହରାଇଥିବା ମୃତଦେହକୁ ମାଟି ତଳକୁ ଉଦ୍ଧାର କରିବା କାମରେ ଲାଗିଛନ୍ତି। ଜୟପୁରରେ ବର୍ଷା ଯୋଗୁଁ ଏଯାବତ ପାଖାପାଖି ୮ଜଣଙ୍କ ମୃତ୍ୟୁ ହୋଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାରୁ ଭୟରେ ଲୋକମାନେ ଘର ବାହାରେ ଛିଡା ହୋଇଥିବା ଗାଡ଼ିଗୁଡ଼ିକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରି ପାରି ନଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/Untitled-1-copy-14.jpg)