ଜୟପୁର : ଜଣେ ଦେଶ ସେବା କରୁଥିବା ସେନା କର୍ମଚାରୀଙ୍କ ଜୀବନ ବଞ୍ଚାଇବା ଲାଗି କିଡନି ଦାନ ପାଇଁ ନିଜ ପରିବାର ସହ ଲଢ଼ିଛନ୍ତି ରାଜସ୍ଥାନ ବାସିନ୍ଦା ୪୮ ବର୍ଷୀୟା ବର୍ଷା ଶର୍ମା । ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି ସେ। ସେନା କର୍ମଚାରୀ ମହିଳାଙ୍କ ସାଙ୍ଗ ବୋଲି ଜଣା ପଡ଼ିଥିବା ବେଳେ ତାଙ୍କୁ ବଞ୍ଚାଇବା ପାଇଁ ବର୍ଷା ନିଜ ପରିବାର ଲୋକଙ୍କଠାରୁ ଅନୁମତି ମାଗିଥିଲେ । କିନ୍ତୁ ପରିବାର ଲୋକେ ମହିଳାଙ୍କ ନିଷ୍ପତ୍ତିରେ ରାଜି ନ ହେବାରୁ ସେ ଅଦାଲତରୁ ଅନୁମତି ନେଇ ଅଙ୍ଗଦାନ କରିଥିବା ଜଣାପଡ଼ିଛି । ଜୁଲାଇ ୨୭ରେ ତାଙ୍କ ସର୍ଜରୀ କରାଯାଇଥିବା ବେଳେ ତାଙ୍କର ଏକ କିଡ଼୍ନି ତାଙ୍କ ବନ୍ଧୁ ପଙ୍କଜ ଭାର୍ଗବଙ୍କ ଶରୀରରେ ଲଗାଯାଇଥିଲା । ଏହି ସର୍ଜରିଟି କଲମ୍ବିଆ ଏସିଆ ହସ୍ପିଟାଲରେ ହୋଇଥିବା ସୂଚନା ମିଳିଛି ।
/sambad/media/post_attachments/wp-content/uploads/2018/08/woman_donates_kidney_to_friend_1533021128_725x725-300x200.jpg)
ସୂଚନାନୁସାରେ ବର୍ଷାଙ୍କୁ ପଙ୍କଜଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଜଣାପଡ଼ିବା ପରେ ସେ ଅକ୍ଟୋବର ୨୦୧୭ରୁ କିଡ୍ନି ଦାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । କିନ୍ତୁ ତାଙ୍କ ପରିବାର ଲୋକେ ଏ ନେଇ ରାଜି ହୋଇ ନ ଥିଲେ ବରଂ ସେ କିଭଳି କିଡନି ଦାନ କରି ନ ପାରନ୍ତୁ ସେଥି ଲାଗି ସରକାରୀ ସ୍ତରରେ ଅଭିଯୋଗ କରିଥିଲେ। ଏହାପରେ ନିଜର ଏହି ଇଚ୍ଛା ବିଷୟରେ ଅଦାଲତକୁ ଜଣାଇବା ପରେ ତାଙ୍କୁ କିଡ୍ନି ଦେବାର ଅନୁମତି ମିଳିଥିଲା । ଏହି କିଡ଼୍ନି ପ୍ରତିରୋପଣ ପାଇଁ ବର୍ଷା କୌଣସି ଟଙ୍କା ନେଇ ନଥିବା ଜଣା ପଡ଼ିଛି । ଏ ନେଇ ପରିବାର ତରଫରୁ ଅନେକ ବିରୋଧ କରାଯାଇଥିବା ବେଳେ ବର୍ଷା ଜଣେ ସାବାଳକ ଏବଂ ସେ ତାଙ୍କ ଜୀବନକୁ ନେଇ ନିଷ୍ପତ୍ତିି ନେଇ ପାରିବେ ବୋଲି ଅଦାଲତ ରାୟ ଦେଇଥିଲେ।