ରାଜସ୍ଥାନ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ବିବାଦୀୟ ବୟାନ: ଯିଏ ନିଜ ଜିନ୍ସ ସମ୍ଭାଳି ପାରୁ ନାହିଁ ସେ କ’ଣ ନିଜ ଭଉଣୀକୁ ସୁରକ୍ଷା ଦେବ !

ଜୟପୁର : ଅନ୍ତର୍ଜାତୀୟ ମହିଳା ଦିବସରେ ରାଜସ୍ଥାନ ମହିଳା ଆୟୋଗର ଅଧ୍ୟକ୍ଷା ସୁମନ ଶର୍ମା ପୁରୁଷ ଏବଂ ଯୁବକମାନଙ୍କ ଉପରେ ବିବାଦୀୟ ବୟାନ ଦେଇଛନ୍ତି । ଏବେ ମହିଳାମାନଙ୍କୁ ନିଜର ରକ୍ଷା ନିଜେ କରିବାକୁ ପଡ଼ିବ । କାରଣ ପୂର୍ବ ପରି ଏବେ ପୁରୁଷ ଏବଂ ଯୁବକମାନଙ୍କ ମଧ୍ୟରେ ସେ ଶକ୍ତି ନାହିଁ କି ସେମାନେ ନିଜ ମା’ ଭଉଣୀକୁ ଦୁଷ୍ଟ ଲୋମାନଙ୍କଠାରୁ ବଞ୍ଚାଇ ପାରିବେ । ଏହି ବୟାନ ପରେ ତାଙ୍କୁ ତୀବ୍ର ସମାଲୋଚନା କରାଯାଇଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳା ଆୟୋଗର ଅଧ୍ୟକ୍ଷା ସୁମନ ଶର୍ମାଙ୍କୁ ଅତିଥି ଭାବେ ଏକ କାର୍ଯ୍ୟକ୍ରମକୁ ଡ଼କା ଯାଇଥିଲେ । ମହିଳା ଦିବସରେ କିଛି କହିବା ପାଇଁ କୁହାଯିବାରୁ ସେ ଷ୍ଟେଜ୍‌ ଉପରକୁ ଆସି ପୁରୁଷ ଏବଂ ଆଜିକାଲିକା ଯୁବକମାନଙ୍କୁ ଅପମାନିତ କଲା ଭଳି କଥା କହିଥିଲେ । “ପୂର୍ବ ଭଳି ପୁରୁଷ ଆଜିକାଲି ଦେଖିବାକୁ ମିଳୁ ନାହାନ୍ତି । ପୂର୍ବରୁ ପୁରୁଷମାନଙ୍କର ଚଉଡ଼ା ଛାତି ସହ ଛାତିରେ କେଶ ରହୁଥିଲା । ଏବେ ମୁଁ କେଉଁଠି ବି ସେଭଳି ପୁରୁଷ ଦେଖୁ ନାହିଁ । ଏବେ ଯୁବକମାନେ ଜିନ୍ସ ପିନ୍ଧିଲେ ଅଣ୍ଟା ତଳକୁ ଖସି ପଡ଼ୁଛି । ଯେଉଁମାନେ ନିଜର ଜିନ୍ସ ସମ୍ଭାଳି ପାରୁ ନାହାନ୍ତି, ସେମାନେ ନିଜ ଭଉଣୀଙ୍କୁ କ’ଣ ସୁରକ୍ଷା ଦେବେ ବୋଲି ସେ କହିଥିଲେ ।

zeenews.india.com

“ଆପଣ କୌଣସି ପୁରୁଷମାନଙ୍କଠାରୁ ଦୁର୍ବଳ ବା ଆପଣଙ୍କ ସ୍ୱାମୀ, ଭାଇ, ବାପା ଆପଣଙ୍କୁ ଆସି ସବୁ ପରିସ୍ଥିତିରେ ବଞ୍ଚାଇବେ ବୋଲି ଭାବନ୍ତୁ ନାହିଁ । ପୂର୍ବରୁ ୧୯୭୦ ଏବଂ ୧୯୮୦ମସିହାରେ ପୁରୁଷମାନଙ୍କ ଶରୀର କେତେ ଶକ୍ତିଶାଳୀ ଥିଲା । ଏବେ ହେଉଛି ଆମମାନଙ୍କର ସମୟ । ଏବେ ଆମେ ହେଉଛେ ବୀର ବୋଲି ମହିଳାମାନଙ୍କୁ ଜଣାଇ ଥିଲେ । ଏହା ସହ ନିଜ ପିଲାମାନଙ୍କୁ ଭଲ ଭାବେ ଖାଇବାକୁ ଦିଅନ୍ତୁ, ଯେପରି ସେମାନଙ୍କର ଆଗକୁ ଯାଇ ଶକ୍ତିଶଳୀ ଏବଂ ଚଉଡ଼ା ଶରୀର ହୋଇ ପାରିବ । ଯାହାଦ୍ୱାରା ସେମାନେ ଖାଲି ନିଜ ଭଉଣୀର ନୁହେଁ ବରଂ ନିଜ ଦେଶର ମଧ୍ୟ ରକ୍ଷା କରି ପାରିବେ” ବୋଲି କହିଥିଲେ ।

ସମ୍ବନ୍ଧିତ ଖବର