ଜୟପୁର: ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସକୁ ଉଭୟ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ଡବଲ୍‌ ଝଟ୍‌କା ଲାଗିଛି। ଲୋକସଭାରେ ପରାଜୟ ପରେ ଦଳର ଅସନ୍ତୁଷ୍ଟ ବିଧାୟକ ସକ୍ରିୟ ହୋଇଥିବାରୁ ସରକାରଙ୍କ ପ୍ରତି ସଙ୍କଟ ବଢ଼ିଯାଇଛି। ‌ ରାଜସ୍ଥାନରେ ୨୦ରୁ ଅ‌ଧିକ କଂଗ୍ରେସ ବିଧାୟକ ସରକାର ଉପରେ ଅସନ୍ତୁଷ୍ଟ ଅଛନ୍ତି ଏବଂ ଖୁବ୍‌ ଶୀଘ୍ର ସରକାର ଭାଙ୍ଗିଯିବ ବୋଲି ରାଜସ୍ଥାନ ବିଜେପି ଉପାଧ୍ୟକ୍ଷ ଜ୍ଞାନଦେବ ଆହୁଜା କହିଛନ୍ତି। ଅନ୍ୟଜଣେ ବିଜେପି ନେତା ଭବାନୀ ସିଂହ ରାଜୱତ କହିଛନ୍ତି, ରାଜ୍ୟରେ କଂଗ୍ରେସର ସ୍ଥିତି ଏତେ ଜଟିଳ ହୋଇପଡ଼ିଛି ଯେ ଆମମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ ନାହିଁ। କଂଗ୍ରେସ ବିଧାୟକମାନେ ନିଜ ଦଳର ସରକାର ଭାଙ୍ଗିବାକୁ ଉଦ୍ୟମ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି।
ମଧ୍ୟପ୍ରଦେଶରେ ବି କମଳନାଥ ସରକାରଙ୍କୁ ଖୁବ୍‌ ଶୀଘ୍ର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ପଡ଼ିବ। ବିଜେପି ଏନେଇ ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲଙ୍କ ନିକଟକୁ ପତ୍ର ଲେଖିଛି। ଗତକାଲି ରାଜ୍ୟରେ ବିଏସ୍‌ପି ବିଧାୟକମାନେ ରାଜ୍ୟପାଳଙ୍କୁ ସାକ୍ଷାତ କରିବା ପାଇଁ ସମୟ ମାଗିଥିଲେ, କିନ୍ତୁ ରାଜ୍ୟପାଳଙ୍କ ସହ ସାକ୍ଷାତ ହୋଇପାରି ନାହିଁ। ସରକାରରୁ ବିଏସ୍‌ପି ବିଧାୟକ ସମର୍ଥନ ପ୍ରତ୍ୟାହାର କରିନେବ ବୋଲି ଏବେ ଚର୍ଚ୍ଚା ହେଉଛି।

Advertisment

publive-imageରାଜସ୍ଥାନର ୨୫ଟି ଲୋକସଭା ଆସନରୁ କଂଗ୍ରେସ କୌଣସି ଗୋଟିଏ ଆସନରେ ବିଜୟ ହାସଲ କରିନଥିବା ବେଳେ ମଧ୍ୟପ୍ରଦେଶର ୨୯ ଆସନରୁ ମାତ୍ର ଗୋଟିଏ ଆସନ ଅକ୍ତିଆର କରିଛି। ଗତ ବିଧାନସଭା ନିର୍ବାଚନରେ ଉଭୟ ରାଜ୍ୟରେ କଂଗ୍ରେସ ବିଜୟ ହାସଲ କରିଥିବାବେଳେ ଲୋକସଭାରେ ଶୋଚନୀୟ ପରାଜୟ ଦଳ ପାଇଁ ଖୁବ୍‌ ଯନ୍ତ୍ରଣାଦୟକ ହୋଇଛି।