ଜୟପୁର : ରାଜସ୍ଥାନରେ ଦଳିତ ଶିଶୁଙ୍କ ହତ୍ୟା ଘଟଣା ଏବେ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଉଚ୍ଚ ଜାତି ପାଇଁ ଉଦ୍ଦିଷ୍ଟ ଥିବା ପାଣି ପାତ୍ରରେ ଜଣେ ୯ ବର୍ଷର ଦଳିତ ଶିଶୁ ପାଣି ପିଇଦେବାରୁ ତାଙ୍କୁ ଜଣେ ଶିକ୍ଷକ ପିଟିପିଟି ମାରି ଦେଇଛନ୍ତି। ଏହି ଘଟଣାକୁ ବିଭିନ୍ନ ମହଲରୁ କଡ଼ା ନିନ୍ଦା କରାଯାଇଛି ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଉକ୍ତ ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି ହୋଇଛି। ଏନସିପିସିଆର (ଶିଶୁ ଅଧିକାର ସୁରକ୍ଷା ପାଇଁ ଜାତୀୟ କମିସନ୍) ଏହି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଘଟଣାଟି ଜୁଲାଇ ୨୦ରେ ଘଟିଥିଲା। ରାଜସ୍ଥାନ ଜାଲୋର ଜିଲ୍ଲାର ସୁରନା ଗ୍ରାମରେ ଥିବା ଏକ ଘରୋଇ ସ୍କୁଲ୍ରେ ୯ ବର୍ଷୀୟ ଇନ୍ଦ୍ର ମେଘୱାଲ ଅଧ୍ୟୟନ କରୁଥିଲେ। ସେ ଉଚ୍ଚ ଜାତିଙ୍କ ପାଇଁ ଉଦ୍ଦିଷ୍ଟ ଥିବା ପାତ୍ରରେ ପାଣି ପିଇଦେବାରୁ ତାଙ୍କ ଶିକ୍ଷକ ତାଙ୍କୁ ନିସ୍ତୁତ ମାଡ଼ ମାରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା। ତେବେ ଅଗଷ୍ଟ ୧୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଯାଇଛି। ପୁଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି ଏବଂ ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି। ରାଜ୍ୟ ଶିକ୍ଷା ବିଭାଗ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣା ପାଇଁ ଗେହଲଟଙ୍କ ବିରୋଧରେ ବିରୋଧ ବଢ଼ିଛି। ଇତି ମଧ୍ୟରେ ଜଣେ କଂଗ୍ରେସ ବିଧାୟକ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଗେହଲଟ କହିଛନ୍ତି, ଉକ୍ତ ଘଟଣାରେ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ଖୁବ୍ଶୀଘ୍ର ନ୍ୟାୟ ମିଳିବ ବୋଲି ସେ କହିଛନ୍ତି। ମୃତ ଶିଶୁଙ୍କ ପରିବାର ସଦସ୍ୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/murder-knif.jpg)