ଲକ୍ଷ୍ନୌ : ରାଷ୍ଟ୍ରପତି ନିର୍ବାଚନରେ ସୁହେଲଦେବ ଭାରତୀୟ ସମାଜ ପାର୍ଟି (ସୁଭାସପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓମପ୍ରକାଣ ରାଜଭରଙ୍କୁ ଯୋଗୀ ସରକାର ୱାଇ ଶ୍ରେଣୀ ସୁରକ୍ଷା ଯୋଗାଇ ଦେଇଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ସେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବାରୁ ଯୋଗୀ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଗତ କିଛିଦିନ ହେଲା ସମାଲୋଚନା କରି ରାଜଭର ଚର୍ଚ୍ଚାରେ ରହିଛନ୍ତି। ୨୦୨୨ ନିର୍ବାଚନରେ ସପା ସହ ମିଶି ତାଙ୍କ ଦଳ ନିର୍ବାଚନ ଲଢ଼ିଥିଲା। ୧୭ଟି ଆସନରେ ତାଙ୍କ ଦଳ ପ୍ରାର୍ଥୀ ଦେଇଥିବାବେଳେ ୬ଟି ଆସନରେ ବିଜୟୀ ହୋଇଛି। ରାଜଭର ମଧ୍ୟ ଜହୁରାବାଦ ଆସନରୁ ବିଜୟୀ ହୋଇଛନ୍ତି।
ଓମପ୍ରକାଶ ରାଜଭରଙ୍କୁ ୱାଇ ଶ୍ରେଣୀ ସୁରକ୍ଷା
/sambad/media/post_attachments/wp-content/uploads/2022/07/rajvir.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)