ପାଟନା: ଭୁବନେଶ୍ୱର -ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରେ ଫସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ବିହାର ଭଭୁଆ ଷ୍ଟେସନ୍ରେ ଏକ ଲୋମ ଟାଙ୍କୁରା ଘଟଣା ଦେଖିବାକୁ ମିଳିଛି। ରାଜଧାନୀ ଏକ୍ସପ୍ରେସ୍ର ଦୁଇବଗି ମଧ୍ୟରେ ଏକ ଯୁବକଙ୍କ ଶବ ଫସିଥିବାର ଲୋକମାନେ ଦେଖିବାକୁ ପାଇଥିଲେ। ମୃତ ଯୁବକ ରୋହତାସର ନୋହଟ୍ଟା ଗ୍ରାମର ଅକ୍ଷୟ କୁମାର ବୋଲି ଜଣାପଡ଼ିଛି।
/sambad/media/post_attachments/wp-content/uploads/2018/01/2dbeba7a09172775a823fee67e60d4fc-rajdhani-express-electric-locomotive-300x178.jpg)
ମିଳିଥିବା ସୂଚନା ମୁତାବକ, ମାମଲାଟି ବିହାର ସାସାରାମ ଜିଲ୍ଲାର । ଏଠାକୁ ମୃତ ଅକ୍ଷୟ କୁମାର ନିଜର ମାମୁଁଙ୍କ ସହ ବୁଲିବାକୁ ଆସିଥିଲେ। ରେଳଧାରଣା ପାର କରୁଥିବା ସମୟରେ ଟ୍ରେନ୍ ସହିତ ଧକ୍କା ଖାଇ ୪୫କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ହୋଇ ଯାଇଥିଲେ। ଘନ କୁହୁଡି ହେତୁ ଦ୍ରୁତଗତିରେ ଆସୁଥିବା ଟ୍ରେନ୍ ସମ୍ପର୍କରେ ଅକ୍ଷୟ ଜାଣି ନପାରିବାରୁ ଏହି ଦୁର୍ଘଟଣା ଘଟିଛି। ନନ୍ଷ୍ଟପ୍ ରାଜଧାନୀ ଏକ୍ସପ୍ରେସ ଆଗମୀ ଷ୍ଟପେଜ ମୁଗଲସରାୟରେ ଥିଲା। ତେଣୁ ଏହି ଘଟଣା ସମ୍ପର୍କରେ ସାସାରାମ ଷ୍ଟେସନ୍ ମାଷ୍ଟର ସୂଚନା ପାଇବା ଭଭୁଆ ଷ୍ଟେସନ୍ ମାଷ୍ଟରଙ୍କୁ ଦେଇଥିଲେ। ଏହାପରେ ଭଭୁଆ ଷ୍ଟେସନ୍ ମାଷ୍ଟର ଟ୍ରେନ୍ ଅଟକାଇ ଦୁଇବଗି ମଧ୍ୟରୁ ମୃତଦେହକୁ ବାହାର କରିଥିଲେ। ଘଟଣା ସମ୍ପର୍କରେ ମୃତ ଅକ୍ଷୟଙ୍କ ପରିବାରବର୍ଗଙ୍କୁ ଦେଇଥିଲେ
/sambad/media/post_attachments/wp-content/uploads/2018/01/21102402509_95d092b21a_b-300x169.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/rajdhani-17-1516182776.jpg)