ଆଲହାବାଦ୍: ଉତ୍ତରପ୍ରଦେଶର ଆଲହାବାଦ ଅନ୍ତର୍ଗତ ନୈନି ଜଙ୍କସନ୍ରେ ସୋମବାର ସକାଳେ ଏକ ହୃଦୟବିଦାରକ ଘଟଣା ଘଟିଛି। ଭୁବନେଶ୍ୱର-ନୂଅାଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରେ କଟି ଗୋଟିଏ ପରିବାରର ୪ଜଣଙ୍କ ମୃତ୍ୟୁ ହେବା ଘଟଣା ପ୍ରଘଟ ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
/sambad/media/post_attachments/wp-content/uploads/2017/10/02-1506930316-rajdhaniexpress2-300x225.jpg)
ସୂଚନାଯୋଗ୍ୟ, ଦଶହରା ମେଳା ଦେଖି ରାମବାହାଦୁରଙ୍କ ପରିବାର ଆଲହାବାଦ ନୈନି ଜଙ୍କସନ୍ର ପ୍ଲାଟଫର୍ମ ନମ୍ବର-୨ଦେଇ ଘରୁକୁ ଫେରୁଥିବା ସମୟରେ ଭୁବନେଶ୍ୱର-ନୂଅାଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ସେହି ସମୟରେ ରେଳଧାରଣାରେ ଚାଲି ଆସିଥିଲା। ଫଳରେ ଟ୍ରେନ୍ ତଳେ ଚାପି ହୋଇ ରାମବାହାଦୁର ପରିବାରର ୪ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରୁ ତିନିଜଣ ମହିଳା ଅଛନ୍ତି। ଏମାନଙ୍କ ସହିତ ଥିବା ଅନ୍ୟ ଜଣେ ଗ୍ରାମବାସୀ ସୌଭାଗ୍ୟବଶତଃ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି।
/sambad/media/post_attachments/wp-content/uploads/2017/10/02-1506930324-rajdhaniexpress3-300x225.jpg)
ଆଲହାବାଦର ଧାକା ନୈନିରେ ରହୁଥିବା ରାମବାହାଦୁର ତାଙ୍କ ପତ୍ନୀ ସୁଶୀଲା ଦେବୀ(୪୫), ଝିଅ ଶିଲୁଲତା(୧୪), ଭାଉଜ ବ୍ରିଜକଲି(୫୫) ଓ ସମ୍ପର୍କୀୟ ବିଜୟକୁମାର (୨୮) ଓ ଗ୍ରାମର ଅନ୍ୟମାନଙ୍କ ସହିତ ଦଶହରା ଦେଖିବା ପାଇଁ ଯାଇଥିଲେ। ଦଶହରା ମେଳା ବୁଲି ସାରିବା ପରେ ହସଖୁସିରେ ଭୋର ୩ଟାରେ ଘରକୁ ଫେରୁଥିଲେ ରାମବାହାଦୁର ଓ ତାଙ୍କ ପରିବାରବର୍ଗ । ରେଳଧାରଣାରେ ରାମବାହାଦୁର ପାର ହୋଇଛନ୍ତି କି ନାହିଁ ଦ୍ରୁତ ଗତିରେ ଚାଲି ଆସିଥିଲା ଭୁବନେଶ୍ୱର-ନୂଅାଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ। ରାମବାହାଦୁର ବହୁ ଚେଷ୍ଟା କରି ମଧ୍ୟ ନିଜ ପରିବାର ଲୋକଙ୍କୁ ବଞ୍ଚାଇ ପାରି ନ ଥିଲେ। ତାଙ୍କ ଆଖି ସାମ୍ନାରେ ଚାଲିଗଲା ଝିଅ, ପତ୍ନୀ ଓ ସମ୍ପର୍କୀୟଙ୍କ ଜୀବନ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/02-1506930308-rajdhaniexpress1.jpg)