ଆଜି ବି ସିବିଆଇରେ ହାଜର ହେଲେନି ପୂର୍ବତନ କୋଲାକାତା ପୁଲିସ କମିଶନର ରାଜୀବ କୁମାର, ତାଙ୍କ ବିରୋଧ କଠୋର କାର୍ଯ୍ୟାନୁଷ୍ଠାନ ନେବ ସିବିଆଇ

କୋଲକାତା: ଶାରଦା ଚିଟ୍‌ଫଣ୍ଡ ମାମଲାରେ ଆଜି ବି ପୂର୍ବତନ କୋଲାକାତା ପୁଲିସ କମିଶନର ରାଜୀବ କୁମାର ସିବିଆଇରେ ହାଜର ହୋଇନଥିବା ଯୋଗୁଁ ସିବିଆଇ ଏଥର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚନା ମିଳିଛି।ଏଥରକୁ ମିଶାଇ ତିନି ଥର ରାଜୀବ କୁମାର ସିବିଆଇରେ ହାଜର ହୋଇନଥିବା ଜଣାଯାଇଛି।
ଗତ ଶୁକ୍ରବାର ଦିନ କୋଲାକାତା ଉଚ୍ଚ ନ୍ୟାୟାଳୟ ରାଜୀବ କୁମାରଙ୍କ ଗିରଫଦାରିକୁ ନେଇ ଦିଆଯାଇଥିବା ସଂରକ୍ଷଣ ହଟାଇ ଦେଇଥିଲେ ।ଏହାପରେ ହାଜର ହେବା ପାଇଁ ସିବିଆଇ ତାଙ୍କୁ ଦୁଇ ଦୁଇ ଥର ନୋଟିସ୍‌ ମଧ୍ୟ ଜାରି କରିଥିଲା । ଆଜି ସକାଳ ୧୦ଟା ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ସିବିଆଇ । କିନ୍ତୁ ଏହି ସମୟ ଅତିକ୍ରାନ୍ତ ହୋଇଥିଲେ ବି ରାଜୀବ କୁମାର ପହଞ୍ଚି ନଥିଲେ। ତେଣୁ ରାଜୀବ କୁମାରଙ୍କୁ ଗିରଫ କରିବାକୁ ସିବିଆଇ ଯୋଜନା ପ୍ରସ୍ତୁତ କରିଥିବା ଚର୍ଚ୍ଚା ହେଉଛି।

photo-oneindia

ଉଲ୍ଲେଖ ଯୋଗ୍ୟ, ଶାରଦା ଗ୍ରୁପ୍‌ ଅଫ୍ କମ୍ପାନି ନାମକ ଏକ ଚିଟଫଣ୍ଡ ସଂସ୍ଥା ଲୋକଙ୍କୁ ପ୍ରଲୋଭନ ଦେଖାଇ ୨୫ ଶହ କୋଟି ଟଙ୍କା ଆତ୍ମସାତ୍ କରିଛି । ଏହି ମାମଲାର ତଦନ୍ତ କରୁଥିବା ସମୟରେ ତତ୍କାଳୀନ ପୁଲିସ କମିଶନର୍‌ ରାଜୀବ କୁମାର ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିବାର ପ୍ରମାଣ ସିବିଆଇ ପାଖରେ ରହିଥିବା କୁହାଯାଉଛି । ଏସଂକ୍ରାନ୍ତରେ ସିବିଆଇ ରାଜୀବ କୁମାରଙ୍କୁ ପଚରାଉଚରା କରିବାକୁ ଚାହୁଁଛି।

ସମ୍ବନ୍ଧିତ ଖବର