ସିବିଆଇରେ ହାଜର ହେବାକୁ ୭ ଦିନ ସମୟ ମାଗିଲେ ରାଜୀବ କୁମାର

କୋଲକାତା : ଶାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ଜଡ଼ିତ କୋଲକାତାର ପୂର୍ବତନ ପୁଲିସ କମିସନର୍‌ ରାଜୀବ କୁମାର ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇ ନାହାନ୍ତି। ସିବିଆଇ ପକ୍ଷରୁ ଜାରି ହୋଇଥିବା ସମନ ଅନୁଯାୟୀ ସେ ଆଜି ସଲ୍ଟ ଲେକ୍‌ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ହାଜର ହେବା କଥା। ହେଲେ ସେ ଚିଠି ଲେଖି ସିବିଆଇ କାର୍ଯ୍ୟାଳୟ ହାଜର ହେବା ପାଇଁ ଅଧିକ ସମୟ ଚାହିଁଛନ୍ତି ବୋଲି ଜନୈକ ସିବିଆଇ ଅଧିକାରୀ ସୂଚନା ଦେଇଛନ୍ତି।

ସିଆଇଡିର ଜଣେ ଅଧିକାରୀ ଆଜି ସଲ୍ଟସ୍ଥିତ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚି ଏକ ଚିଠି ଦେଇଥିଲେ। ଏହି ଚିଠିଟି ରାଜୀବ କୁମାର ଲେଖିଥିଲେ। ସେ ତିନିଦିନ ଛୁଟିରେ ଅଛନ୍ତି। ସେଥିପାଇଁ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇପାରୁ ନାହାନ୍ତି ବୋଲି ଉଲ୍ଲେଖ ରହିଛି। ସିବିଆଇ ସୂତ୍ରରୁ ପ୍ରକାଶ, ପଚରାଉଚରାକୁ ଏଡ଼େଇ ଯିବା ପାଇଁ ରାଜୀବ ଚେଷ୍ଟା କରୁଛନ୍ତି। ତଦନ୍ତରେ ସେ ସହଯୋଗ କରୁନାହାନ୍ତି। ତାଙ୍କର ବ୍ୟବହାର ମଧ୍ୟ ସନ୍ତୋଷଜନକ ନୁହେଁ ବୋଲି ସିବିଆଇ ପକ୍ଷରୁ କୁହାଯାଇଛି। ରବିବାର ରାଜୀବଙ୍କ ବିରୋଧରେ ସିବିଆଇ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିଥିଲା।

ସମ୍ବନ୍ଧିତ ଖବର