ନୂଆଦିଲ୍ଲୀ: ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ଓ୍ଵିଙ୍ଗ୍(ର’)ର ପୂର୍ବତନ ମୁଖ୍ୟ ରାଜେନ୍ଦ୍ର ଖାନ୍ନାଙ୍କୁ ଆଜି ଜାତୀୟ ସୁରକ୍ଷା ପରିଷଦର ଉପପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି। ରାଜସ୍ଥାନ କ୍ୟାଡରର ୧୯୭୮ ବ୍ୟାଚ୍ ଆଇପିଏସ ଅଫିସର ଶ୍ରୀ ଖାନ୍ନା ଦେଶର ବିଭିନ୍ନ ଗୁଇନ୍ଦା ସଂସ୍ଥାରେ ଆତଙ୍କବାଦୀ-ନିରୋଧ ଅପରେସନ ପରିଚାଳନାରେ ପ୍ରମୁଖ ଭୂମିକା ନିଭାଇଛନ୍ତି। ତାଙ୍କର ପାକିସ୍ତାନ ଏବଂ ଇସଲାମୀୟ ଆତଙ୍କବାଦ ଉପରେ ବିଶେଷ ଜ୍ଞାନ ରହିିଥିବା ବେଳେ ସେ ୨୦୧୪ ଡିସେମ୍ବରରୁ ଦୁଇବର୍ଷ ପାଇଁ ର’ ମୁଖ୍ୟ ଦାୟିତ୍ୱରେ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଦ୍ୱାରା ଗଠିତ କ୍ୟାବିନେଟ୍ ନିଯୁକ୍ତି କମିଟି ଶ୍ରୀ ଖାନ୍ନାଙ୍କୁ ଏହି ପଦବିରେ ଅବସ୍ଥାପିତ କରାଯାଇିଥିବା କଥା ଆଜି ସ୍ପଷ୍ଟ କରିଛନ୍ତି। ତେବେ ତାଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟକାଳର ସମୟ ଧାର୍ଯ୍ୟ କରାଯାଇନଥିବା ଜଣାଯାଇଛି। ଏହା ପୂର୍ବରୁ ଶ୍ରୀ ଖାନ୍ନା ଜାତୀୟ ସୁରକ୍ଷା ପରିଷଦ ସେକ୍ରେଟାରିଏଟ୍ରେ ପଡ଼ୋଶୀ ରାଷ୍ଟ୍ର ଅଧ୍ୟୟନ ବିଭାଗର ଜଣେ ସ୍ୱତନ୍ତ୍ର ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ।
ରାଜେନ୍ଦ୍ର ଖାନ୍ନା ଜାତୀୟ ସୁରକ୍ଷା ପରିଷଦର ନୂଆ ଉପପରାମର୍ଶଦାତା
/sambad/media/post_attachments/wp-content/uploads/2018/01/vice-president.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)