ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡ଼ା ମାରିଥିବା ଯୁବକଙ୍କ ଫଟୋ । ଇଏ ସେହି ଯୁବକ ଯିଏ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଆକ୍ରମଣ କରିଛନ୍ତି । ବାସଭବନରେ ଜନଶୁଣାଣି କରୁଥିବା ବେଳେ ଯୁବକ ଜଣଙ୍କ ଆକ୍ରମଣ କରିଛନ୍ତି । ତେବେ ଆକ୍ରମଣକାରୀଙ୍କ ନାମ ରାଜେଶ ଖିମଜୀ । ତାଙ୍କ ଘର ଗୁଜୁରାଟ ରାଜକୋଟର । ତାଙ୍କ ବୟସ ୪୧ । ତେବେ ଆକ୍ରମଣ ପରେ ଦିଲ୍ଲୀ ମୁଖ୍ଯମନ୍ତ୍ରୀଙ୍କ ମୁଣ୍ଡରେ ଲାଗିଛି ଆଘାତ । ଚେୟାର ବାଜି ଯିବାରୁ ମୁଣ୍ଡରେ ଆଘାତ ସୂଚନା ।
Image of individual who attacked Delhi CM Rekha Gupta. Picture has been verified by official sources https://t.co/oQsI7oYXwEpic.twitter.com/jIYvacsIn4
— ANI (@ANI) August 20, 2025
ଆଜି ସକାଳୁ ସକାଳୁ ଦିଲ୍ଲୀରୁ ଆସିଥିଲା ବଡ଼ ଖବର । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ହୋଇଥିଲା । ନିଜ ବାସଭବନରେ ସାପ୍ତାହିକ ଜନଶୁଣାଣି କରୁଥିବା ବେଳେ ଏହି ଯୁବକ ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡା ମାରିଥିଲେ । ନିଜ ଅଭିଯୋଗ ନେଇ ମୁଖ୍ଯମନ୍ତ୍ରୀଙ୍କ ପାଖକୁ ଆସିଥିବା ବେଳେ ଯୁବକ ହଠାତ୍ ରେଖାଙ୍କୁ ଚାପୁଡା ମାରିଥିଲେ । ଯୁବକ ଜଣକ କିଛି କାଗଜ ନେଇ ମୁଖ୍ଯମନ୍ତ୍ରୀଙ୍କ ପାଖରେ ପହଞ୍ଚିବା ପରେ ଜୋରରେ ଚିଲେଇଥିଲେ ଏବଂ ତାପରେ ହଠାତ୍ ଚାପୁଡା ମାରିଥିଲେ । ତାଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଥିବା ପରେ ତାଙ୍କ ବାବଦରେ ଜଣାପଡ଼ିଛି । ସେପଟେ ଘଟଣାକୁ ନେଇ ସବୁଠି ନିନ୍ଦା କରାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ବିରାଟ ତ୍ରୁଟି ନେଇ ବିରାଟ ପ୍ରଶ୍ନ ଉଠିଛି । ତାସହ ଦିଲ୍ଲୀରେ ମହିଳା କେତେ ସୁରକ୍ଷିତ ସେନେଇ ବି ପ୍ରଶ୍ନ ଉଠିଛି ।