ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ୭୫ତମ ଜନ୍ମବାର୍ଷିକୀ, ଜାଣନ୍ତୁ ରାଜୀବ ଗାନ୍ଧୀଙ୍କର କିଛି ବଳିଷ୍ଠ ପଦକ୍ଷେପ

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ୭୫ତମ ଜନ୍ମବାର୍ଷିକୀ । ଏ ଅବସରରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ରାହୁଳ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରମୁଖ ନୂଆଦିଲ୍ଲୀସ୍ଥିତ ବୀରଭୂମିରେ ଥିବା ତାଙ୍କ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟ୍ୱିଟ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି | ଅଗଷ୍ଟ ୨୦, ୧୯୪୪ରେ ଜନ୍ମିତ ରାଜୀବ ଗାନ୍ଧୀ ୧୯୮୪ ରୁ ୧୯୮୯ ଯାଏଁ ଭାରତର ପ୍ରଧାନମନ୍ତ୍ରୀ ଥିଲେ । ୧୯୯୧ ମସିହା ମେ ୨୧ ତାରିଖରେ ତାଙ୍କୁ ଏଲଟିଟିଇ ଏକ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟାଇ ତାମିଲନାଡୁ ଅନ୍ତର୍ଗତ ଶ୍ରୀପେରୁମ୍ବୁଦୁରଠାରେ ହତ୍ୟା କରିଥିଲା ।

 

ଜାଣନ୍ତୁ ଦେଶ ପାଇଁ ରାଜୀବ ଗାନ୍ଧୀଙ୍କ ୫ଟି ଯୋଗଦାନ ବିଷୟରେ –
– ରାଜୀବ ଗାନ୍ଧୀ ଅର୍ଥବ୍ୟବସ୍ଥାକୁ ବଢ଼ାଇବା ପାଇଁ ନିବେଶକଙ୍କୁ ସୁଯୋଗ ଦେଇଥିଲେ
– ୧୯୮୮ରେ ତାଙ୍କର ଚୀନ ଯାତ୍ରା ଐତିହାସିକ ଥିଲା
– ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ପାଇଁ ସ୍ୱତନ୍ତ୍ର ଚେଷ୍ଟା କରିଥିଲେ
– ଆଗାମୀ ଦିନରେ ହେବାକୁ ଥିବା ଆଇଟି କ୍ରାନ୍ତିର ମୂଳଦୁଆ ରାଜୀବ ଗାନ୍ଧୀ ହିଁ ରଖିଥିଲେ
– ମତଦାନର ବସୟ ସୀମା ୧୮ ବର୍ଷ ଓ ଇଭିଏମ ଯନ୍ତ୍ରର ବ୍ୟବହାର ଆରମ୍ଭ କରିଥିଲେ

୧୯୮୪ରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଦେଶରେ ନିରାଶା ଖେଳିଯାଇଥିଲା । ଲୋକମାନେ ଏପରି ପରିସ୍ଥିତିରୁ ବାହାରିବା ପାଇଁ ଚେଷ୍ଟା କରୁଥିଲେ ଏବଂ ସେ ସମୟରେ ଲୋକସଭା ନିର୍ବାଚନର ଫଳାଫଳ କଂଗ୍ରେସ ପକ୍ଷରେ ଆସିଥିଲା । ଦେଶର ଲୋକମାନେ ରାଜୀବ ଗାନ୍ଧୀଙ୍କୁ ଇନ୍ଦିରା ଗାନ୍ଧୀଙ୍କ ଉତ୍ତରାଧୀକାରୀ ଓ ନିଜର ପ୍ରଧାନମନ୍ତ୍ରୀ ରୂପେ ବାଛିଥିଲେ । ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ପରେ ୫ ବର୍ଷରେ ଦେଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ । ଯାହା ଦେଶ ପାଇଁ ଅନେକ ପରିବର୍ତ୍ତନ ଆଣିଥିଲା । ରାଜୀବ ଗାନ୍ଧୀ ଇନକମ ଓ କର୍ପୋରଟ ଟ୍ୟାକ୍ସ ହଟାଇଥିଲେ । ଲାଇସେନ୍ସ ସିଷ୍ଟମକୁ ସରଳ କରିଥିଲେ । କମ୍ପ୍ୟୁଟର, ଡ୍ରଗ୍ସ ଓ ଟେକ୍ସଟାଇଲ କ୍ଷେତ୍ରରେ ସରକାରୀ ନିୟନ୍ତ୍ରଣ ଶେଷ କରିଥିଲେ । ନିବେଶକଙ୍କୁ ମଧ୍ୟ ଉତ୍ସାହିତ କରିଥିଲେ ।

ସମ୍ବନ୍ଧିତ ଖବର