ଟିକସ ଦେବାରେ ରଜନୀକାନ୍ତ, ଅକ୍ଷୟ କୁମାର ଆଗରେ

ନୂଆଦିଲ୍ଲୀ : ମନୋରଞ୍ଜନ ଶିଳ୍ପରେ କାମ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଟିକସ ଦେବାରେ ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ରଜନୀକାନ୍ତ ଓ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଆଗରେ ରହିଛନ୍ତି। ଉଭୟ ଅଭିନେତାଙ୍କୁ ଆୟକର ବିଭାଗ ପକ୍ଷରୁ ସମ୍ମାନିତ କରାଯାଇଛି। ତାମିଲନାଡ଼ୁରେ ଅଭିନେତା ଭାବେ ରଜନୀକାନ୍ତ ସର୍ବାଧିକ ଟିକସ ପଇଠ କରିଛନ୍ତି। ସେଥିପାଇଁ ୧୬୩ତମ ଆୟକର ଦିବସ ପାଳନ ଅବସରରେ ତାଙ୍କୁ ସମ୍ମାନିତ କରାଯାଇଛି। ରଜନୀକାନ୍ତଙ୍କ ଝିଅ ଐଶ୍ବର୍ଯ୍ୟା ସେହି ପୁରସ୍କାର ଗ୍ରହଣ କରିଛନ୍ତି।

ସେହିପରି, ସାରା ଦେଶରେ ଅଭିନେତା ଭା‌ବେ ଅକ୍ଷୟ କୁମାର ସର୍ବାଧିକ ଆୟକର ପଇଠ କରିଛନ୍ତି। ତାଙ୍କୁ ଆୟକର ବିଭାଗ ପ୍ରଶଂସା ପତ୍ର ପ୍ରଦାନ କରିଛି। ସେ ସୁଟିଂରେ ବ୍ୟସ୍ତ ଥିବାରୁ ତାଙ୍କ ଟିମ୍ ତରଫରୁ ସେହି ସମ୍ମାନକୁ ଗ୍ରହଣ କରାଯାଇଛି। ସୋସିଆଲ ମିଡିଆରେ ଉଭୟ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କୁ ଆୟକର ବିଭାଗର ସମ୍ମାନ ଫଟୋ ଭାଇରାଲ୍ ହୋଇଛି।

ସମ୍ବନ୍ଧିତ ଖବର