ଚେନ୍ନାଇ: ରାଜନୈତିକ ଦଳ ଗଢ଼ିବେ ନାହିଁ ବୋଲି ଘୋଷଣା କରିବା ସହ ତାଙ୍କର ଅସୁସ୍ଥତାକୁ ଈଶ୍ୱରଙ୍କର ସତର୍କବାଣୀ ବୋଲି ଆଜି ସୁପର୍ଷ୍ଟାର୍ ରଜନୀକାନ୍ତ କହିଛନ୍ତି।
ରକ୍ତଚାପରେ ଅସ୍ଥିରତା ଯୋଗୁଁ ଚିକିତ୍ସିତ ହୋଇ ଡାକ୍ତରଖାନାରୁ ଫେରିବା ପରେ ଏକ ବିବୃତିରେ ଅଭିନେତା ରଜନୀକାନ୍ତ କହିଛନ୍ତି, ଅତି ଦୁଃଖର ସହ କହୁଛି ଯେ, ମୁଁ ରାଜନୀତିରେ ପ୍ରବେଶ କରିପାରିବି ନାହିଁ। ଏଭଳି ନିଷ୍ପତ୍ତି ଘୋଷଣା କରିବା ସମୟରେ ଯେତେ କଷ୍ଟ ହେଉଛି ତା’କୁ କେବଳ ମୁଁ ହିଁ ଜାଣୁଛି।
ରାଜନୀତିକୁ ପ୍ରବେଶ ନ କରି ମଧ୍ୟ ମୁଁ ଜନସେବା କରି ପାରିବି। ମୋର ଏହି ନିଷ୍ପତ୍ତି ମୋର ପ୍ରଶଂସକ ଏବଂ ଜନତାଙ୍କୁ ହତାଶ କରିଥିବ। ଅନୁଗ୍ରହପୂର୍ବକ ମତେ କ୍ଷମା ଦିଅନ୍ତୁ।
Image Courtesy of Hindustan Timesସେ ଆହୁରି ମଧ୍ୟ କହିଛନ୍ତି, ଏହି ଅସୁସ୍ଥତାକୁ ମୁଁ ଈଶ୍ୱରଙ୍କ ସତର୍କବାଣୀ ଭାବେ ଗ୍ରହଣ କରିଛି। ରାଜନୈତିକ ଦଳର ଶୁଭାରମ୍ଭ କରି ଯଦି ମୁଁ କେବଳ ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମ ଜରିଆରେ ପ୍ରଚାର ଅଭିଯାନ ଚଳାଇ ଥାଆନ୍ତି, ତେବେ ଜନତାଙ୍କ ମଧ୍ୟରେ ରାଜନୈତିକ ପରିବର୍ତ୍ତନ ସୃଷ୍ଟି କରି ବିପୁଳ ସଂଖ୍ୟାରେ ବିଜୟ ହାସଲ କରି ପାରି ନ ଥାଆନ୍ତି। ରାଜନୈତିକ ଅଭିଜ୍ଞତା ଥିବା କୌଣସି ବ୍ୟକ୍ତି ଏହି ବାସ୍ତବତାକୁ ଅସ୍ୱୀକାର କରିବେ ନାହିଁ।
Image Courtesy of NDTVଦୁଇ ବର୍ଷ ତଳେ ‘ରଜନୀ ମକ୍କଲ ମନ୍ଦ୍ରମ’ ଗଠନ କରିଥିବା ୭୦ ବର୍ଷିୟ ରଜନୀକାନ୍ତ ଡିସେମ୍ବର ୩୧ ତାରିଖ ଦିନ ରାଜନୈତିକ ଦଳ ଘୋଷଣା କରିଥାଆନ୍ତେ। ତାମିଲନାଡୁରେ ନିର୍ବାଚନ ହେବାର ପାଞ୍ଚ ମାସ ପୂର୍ବରୁ ସେ ତାଙ୍କ ରାଜନୈତିକ ଦଳର ଶୁଭାରମ୍ଭ କରିବାକୁ ସମୟ ଧାର୍ଯ୍ୟ କରିଥିଲେ।
ବିଛଣାରେ ଶୋଇ ରହି ବିଶ୍ରାମ ପୂର୍ଣ୍ଣ ବିଶ୍ରାମ ନେବା ସହ ନିୟମିତ ରକ୍ତଚାପ ମାପିବାକୁ ଡାକ୍ତରମାନେ ତାଙ୍କୁ ପରାମର୍ଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/Rajnikanth-Will-Not-Join-in-Politics_Thumbnail_2.jpg)