ଚେନ୍ନାଇ : ସୁପରଷ୍ଟାର ରଜନୀକାନ୍ତ ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ତାଙ୍କ ରାଜନୈତିକ ଏଣ୍ଟ୍ରି ସଂକ୍ରାନ୍ତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଶୁଣାଇ ଦେଇଛନ୍ତି। ରଜନୀକାନ୍ତ ତାଙ୍କ ରାଜନୈତିକ ଯୋଜନା ବାତିଲ କରିଦେଇଛନ୍ତି। ସେ କହିଛନ୍ତି, ଭଗବାନଙ୍କଠାରୁ ତାଙ୍କୁ ଏଥିପାଇଁ ଚେତାବନୀ ଆସିଲା। ତେଣୁ ସେ ଦଳ ଗଢ଼ିବେ ନାହିଁ କି ରାଜନୀତିରେ ସାମିଲ ହେବେ ନାହିଁ। ହସ୍ପିଟାଲ୍ରୁ ଡିସଚାର୍ଜ ହେବାର ୨ ଦିନ ପରେ ରଜନୀକାନ୍ତ ଆଜି ଏକ ବିବୃତି ଜାରି କରି ଏହା କହିଛନ୍ତି। ସେ କହିଛନ୍ତି, ତାଙ୍କର ଏଭଳି ନିଷ୍ପତ୍ତି ପ୍ରଶଂସକ ଏବଂ ଅନ୍ୟମାନଙ୍କୁ ନିରାଶ କରିବ। କିନ୍ତୁ ତାଙ୍କୁ ଏଥିପାଇଁ କ୍ଷମା କରିଦେବାକୁ ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ରକ୍ତଚାପ ସ୍ତରରେ ଅସ୍ଥିରତା ଯୋଗୁଁ ରଜନୀକାନ୍ତ ଗତ ସପ୍ତାହରେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ରଜନୀକାନ୍ତ କହିଛନ୍ତି, ସେ ହସ୍ପିଟାଲ୍ରେ ଭର୍ତ୍ତି ହେବା ଭଗବାନଙ୍କଠାରୁ ଏକ ଚେତାବନୀ। ମହାମାରୀ ମଧ୍ୟରେ ପ୍ରଚାର କାର୍ଯ୍ୟ ତାଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇବ । ତେଣୁ ସେ ତାଙ୍କ ରାଜନୈତିକ ଯୋଜନା ବାତିଲ କରିଦେଉଥିବା କହିଛନ୍ତି। ଗତ ଡିସେମ୍ବର ୩ରେ ରଜନୀକାନ୍ତ ତାଙ୍କ ରାଜନୈତିକ ଦଳ ଆରମ୍ଭ କରି ତାମିଲନାଡ଼ୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଥିଲେ। କିନ୍ତୁ ତାହା ଏବେ ନୁହେଁ କି କେବେ ବି ହେବନି ବୋଲି ସେ କହିଛନ୍ତି।
ରାଜନୈତିକ ଯୋଜନା ବାତିଲ କଲେ ରଜନୀକାନ୍ତ, ଭଗବାନଙ୍କଠାରୁ ଚେତାବନୀ ଆସିଥିବା କହିଲେ
/sambad/media/post_attachments/wp-content/uploads/2020/12/Rajnikanth-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)