ଚେନ୍ନାଇ: କୋଟିକୋଟି ଲୋକଙ୍କ ହୃଦୟରେ ରାଜ କରୁଥିବା ସୁପରଷ୍ଟାର ରଜନୀକାନ୍ତ ଖୁବ ଶୀଘ୍ର ରାଜନୀତିରେ ପ୍ରବେଶ କରିବାର ନିଷ୍ପତ୍ତି ନେଇ ପାରନ୍ତି ବୋଲି ଜଣାପଡ଼ିଛି।
ରଜନୀକାନ୍ତ ସୋମବାର ତାଙ୍କ ପାର୍ଟି ରଜନୀ ମକ୍କଲ ମନ୍ଦ୍ରମର (ଆରଏମଏମ) ପଦାଧିକାରୀଙ୍କ ସହିତ ହୋଇଥିବା ବୈଠକରେ ନିଜର ରାଜନୈତିକ ପ୍ରବେଶର ସମ୍ଭାବନା ଉପରେ ବିଚାର-ବିମର୍ଶ କରିଛନ୍ତି। ତେବେ ତାମିଲନାଡୁରେ ୨୦୨୧ମସିହାରେ ବିଧାନସଭା ନିର୍ବାଚନ ହେବାର ଅଛି।
କିଛିଦିନ ପୂର୍ବରୁ ରଜନୀକାନ୍ତଙ୍କ କିଡନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା । ଯେଉଁ କାରଣ ପାଇଁ ଡାକ୍ତର ତାଙ୍କୁ ରାଜନୀତିରେରେ ପ୍ରବେଶକୁ ନେଇ ଅନୁମତି ଦେଇ ନଥିଲେ।
ରଜନୀକାନ୍ତଙ୍କ କହିବାନୁସାରେ, ଚେନ୍ନାଇର ରାଘବେନ୍ଦ୍ର ମ୍ୟାରେଜ ହଲ୍ରେ ଆରଏମଏମର ଜିଲ୍ଲାସ୍ତରୀୟ ସଚିବଙ୍କ ସହ ମୋର ବିଚାର ବିଷୟରେ ଆଲୋଚନା କରିଥିଲି। ଏହି ସମୟରେ ସଚିବମାନେ ମୋତେ ଖୁବଶୀଘ୍ର ରାଜନୈତିକ ଦଳ ଗଠନ ଘୋଷଣା କରନ୍ତୁ ବୋଲି ଅନୁରୋଧ କରିଥିଲେ। ଏଥିସହ ସେମାନେ ମୋତେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଦେଖିବାକୁ ଚାହୁଁଥିବା ମତ ଦେଇଥିଲେ। ତେବେ ଯାହାବି ନିଷ୍ପତ୍ତି ନେବି ସେଥିରେ ସେମାନେ ସମର୍ଥନ କରିବାକୁ ଆଶ୍ୱାସନା ଦେଇଛନ୍ତି। ମୁଁ ଯଥାଶୀଘ୍ର ନିଷ୍ପତ୍ତି ନେବି।’
ଗତ ମାସରେ ଅଭିନେତା ରଜନୀକାନ୍ତ ସଙ୍କେତ ଦେଇ କହିଥିଲେ ରାଜନୀତିରେ ପ୍ରବେଶରେ ବିଳମ୍ବ ହୋଇପାରେ। ଗୋଟିଏ ମାସ ମଧ୍ୟରେ ସଠିକ ସମୟରେ ଲୋକମାନଙ୍କୁ ଏହା ଜଣାଇ ଦେବି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/rajini_571_855.jpg)