ମୋଦୀଙ୍କ ପ୍ରଶଂସା କଲେ ରଜନୀକାନ୍ତ, ଶପଥ ପାଠ ଉତ୍ସବରେ ଉପସ୍ଥିତ ରହିପାରନ୍ତି

ନୂଆଦିଲ୍ଲୀ: ଅଭିନେତା ଟର୍ଣ୍ଣଡ ରଜନେତା ରଜନୀକାନ୍ତ ମେ ୩୦ ତାରିଖର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କ ଶପଥ ପାଠ ଉତ୍ସବରେ ଯୋଗ ଦେଇପାରନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଣେ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଭାବେ ପ୍ରଶଂସା ବି କରିଛନ୍ତି। ମୋଦୀଙ୍କୁ ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଓ ରାଜୀବ ଗାନ୍ଧୀଙ୍କ ସହ ତୁଳନା କରି ଜଣେ ଭଲ ପ୍ରଧାନମନ୍ତ୍ରୀ ବୋଲି କହିଛନ୍ତି।
ତାହା ସହ ରଜନୀକାନ୍ତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପରାଜୟ ପାଇଁ ନିଜର ସମବେଦନା ଜଣାଇଛନ୍ତି। ରାହୁଲ କଂଗ୍ରେସର ଅଧ୍ୟକ୍ଷତା ପଦ ଛାଡ଼ନ୍ତୁ ନାହିଁ ବୋଲି ରଜନୀକାନ୍ତ ନିଜର ଇଚ୍ଛା ପ୍ରକଟ କରିଛନ୍ତି।
ଚେନ୍ନାଇରେ ଗଣମାଧ୍ୟମରେ ନିଜର ମତ ରଖି ୬୮ ବର୍ଷିଅ ରଜନୀକାନ୍ତ କହିଛନ୍ତି, ‘ଦେଶକୁ ଦୃଢ଼ ସରକାର ଦରକାର। ସେହିପରି ଦୃଢ଼ ବିରୋଧୀ ଦଳର ବି ଆବଶ୍ୟକତା ରହିଛି। ରାହୁଲ ଗାନ୍ଧୀ ଦଳର ଅଧ୍ୟକ୍ଷତା ଛାଡ଼ିବା ଅପେକ୍ଷା ଜଣେ ଦୃଢ଼ ବିରୋଧୀ ଭାବେ ନିଜର ଦକ୍ଷତା ପ୍ରଦର୍ଶନ କରିବା ଉଚିତ।’

ସମ୍ବନ୍ଧିତ ଖବର