ନୂଆଦିଲ୍ଲୀ: ସୁପରଷ୍ଟାର ରଜନୀକାନ୍ତଙ୍କ ପତ୍ନୀଙ୍କ ବିରୋଧରେ ଅପରାଧିକ ମାମଲା ଆରମ୍ଭ କରିବାକୁ ସୁପ୍ରିମ୍ କୋର୍ଟ ଆଜି ଏକ ମାମଲାର ଶୁଣାଣି କରିବା ଅବସରରେ ନିର୍ଦ୍ଦେଶ ଦେଇଛନ୍ତି। ଏକ ବିଜ୍ଞାପନ ଏଜେନ୍ସିି ପକ୍ଷରୁ ଆଗତ ଏକ ଯାଚିକାର ବିଚାର କରିବା ଅବସରରେ ସୁପ୍ରିମ୍ କୋର୍ଟ ଏହି ନିର୍ଦ୍ଦେଶ ଦେଇଥିବା ଜାଣିବାକୁ ମିଳିଛି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ପୂର୍ବରୁ ସଂପୃକ୍ତ ବିଜ୍ଞାପନ ଏଜେନ୍ସିି ପକ୍ଷରୁ କର୍ଣ୍ଣାଟକ ହାଇକୋର୍ଟରେ ଆଗତ ହୋଇଥିବା ଏହି ମାମଲାର ବିଚାର କରି ଗତ ୨୦୧୬ ମାର୍ଚ୍ଚ ୧୦ ତାରିଖରେ କର୍ଣ୍ଣାଟକ ହାଇକୋର୍ଟ ଏହି ମାମଲାକୁ ଖାରଜ କରି ଦେଇଥିଲେ। ତେବେ, କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ବିରୋଧ କରି ସଂପୃକ୍ତ ବିଜ୍ଞାପନ ଏଜେନ୍ସିି ପକ୍ଷରୁ ସୁପ୍ରିମ୍ କୋର୍ଟରେ ଆଗତ ଏକ ଯାଚିକାର ବିଚାର କରି ସୁପ୍ରିମ୍ କୋର୍ଟ ଆଜି ଏହି ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ଦେଇଥିବା ରାୟକୁ ରଦ୍ଦ କରିଦେବା ଏହି ନୂତନ ଆଦେଶ ଦେଇଛନ୍ତି।
ଘଟଣାର ବିବରଣୀରୁ ପ୍ରକାଶ ୨୦୧୪ରେ ପକ୍ଷରୁ ମିଡିଆଓ୍ଵାନ୍ ଗ୍ଲୋବାଲ ଏଣ୍ଟରଟେନ୍ମେଣ୍ଟ ଲିମିଟେଡ୍ ନିର୍ମିତ ଚଳଚ୍ଚିତ୍ର ‘କୋଚାଡ଼ିୟାନ୍’ର ନିର୍ମାଣ ପରବର୍ତ୍ତୀ କାର୍ଯ୍ୟ ରଜନୀକାନ୍ତଙ୍କ ପତ୍ନୀ ଲତା ରଜନୀକାନ୍ତଙ୍କ ବ୍ୟକ୍ତିଗତ ଗ୍ୟାରେଣ୍ଟି ଏବଂ ୧୦ କୋଟି ଟଙ୍କା ସହ ଆଡ୍ବ୍ୟୁରୋ ଆଡ୍ଭାଟାଇଜିଂ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ସଂସ୍ଥାକୁ ଦିଆ ଯାଇଥିଲା। ଲତା ରଜନୀକାନ୍ତ ଥିଲେ ମିଡିଆଓ୍ଵାନ୍ ଗ୍ଲୋବାଲ ଏଣ୍ଟରଟେନ୍ମେଣ୍ଟ ଲିମିଟେଡ୍ କମ୍ପାନିର ଅନ୍ୟତମ ନିର୍ଦ୍ଦେଶକ। କିନ୍ତୁ ପରବର୍ତ୍ତୀ ସମୟରେ ଟଙ୍କା ଫେରସ୍ତ ଓ ଲାଭ ଅର୍ଥ ବଣ୍ଟନକୁ କେନ୍ଦ୍ର କରି ଉଭୟ କମ୍ପାନି ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା।
ରଜନୀକାନ୍ତଙ୍କ ପତ୍ନୀ ଲତାଙ୍କ ବିରୋଧରେ ଅପରାଧିକ ମାମଲା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍ କୋର୍ଟ
/sambad/media/post_attachments/wp-content/uploads/2018/07/Rajnikant.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)