ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ଏଜି ପେରାରିଭାଲାନଙ୍କୁ ଜାମିନ ପ୍ରଦାନ କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ହତ୍ୟା ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ହତ୍ୟାକାରୀ ଏଜି ପେରାରିଭାଲାନଙ୍କୁ ସୁପ୍ରିମ୍‌ କୋର୍ଟ ବୁଧବାର ଜାମିନ ପ୍ରଦାନ କରିଛନ୍ତି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଅପରାଧୀ ଏଜି ପେରାରିଭାଲାନ ନିଜର ଆଜୀବନ କାରାଦଣ୍ଡକୁ କ୍ଷମା କରିଦେବା ପାଇଁ କରିଥିବା ଏକ ଆବେଦନ ଏବେ ଭାରତର ରାଷ୍ଟ୍ରପତିଙ୍କ ନିକଟରେ ବିଚାରାଧୀନ ଅବସ୍ଥାରେ ରହିଛି।

ତେବେ, ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟ ଅପରାଧୀ ଏଜି ପେରାରିଭାଲାନକୁ ଜାମିନ ପ୍ରଦାନ କରି ଦେଇଥିବା ଆଦେଶ ଅନୁଯାୟୀ, ପେରାରିଭାଲାନଙ୍କୁ ଜାମିନର ସର୍ତ୍ତାବଳୀ ଅନୁସରଣ କରିବାକୁ ପଡିବ ବୋଲି କହିଛନ୍ତି। ଏବଂ ଏଥିସହ ପ୍ରତି ମାସରେ ସ୍ଥାନୀୟ ପୁଲିସ ଅଧିକାରୀଙ୍କ ସମ୍ମୁଖରେ ହାଜର ହୋଇ ରିପୋର୍ଟ କରିବାକୁ ପଡିବ ବୋଲି କହିଛନ୍ତି। ଏଥିସହ ପୁଲିସକୁ ରିପୋର୍ଟ ନକରି ଚେନ୍ନାଇ ଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଥିବା ନିଜର ଜନ୍ମସ୍ଥାନ ଝୋଲାରପେଟାଇ ନଛାଡିବାକୁ ମଧ୍ୟ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ପେରାରିଭାଲାନ୍‌ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ସେ ବର୍ତ୍ତମାନ ସୁଦ୍ଧା ୩୦ ବର୍ଷ କାରାଦଣ୍ଡ ଭୋଗି ସାରିଲେଣି।

ସମ୍ବନ୍ଧିତ ଖବର