ରାଜୀବ ଗାନ୍ଧୀଙ୍କ ଆତତାୟୀଙ୍କୁ ମୁକ୍ତ କରାଯାଇ ପାରିବ ନାହିଁ: ସୁପ୍ରିମ୍‌ କୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦିଂବଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ହତ୍ୟାକରି ଦୋଷୀ ସାବ୍ୟସ୍ତ ହୋଇଥିବା ସାତ ଜଣ ବନ୍ଦୀଙ୍କୁ ମୁକ୍ତ କରାଯାଇ ପାରିବ ନାହିଁ ବୋଲି ଶୁକ୍ରବାର ଦିନ କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି।

ସେମାନଙ୍କ ମୁକ୍ତି ଉପରେ ଆପତ୍ତି ଉଠାଇ କେନ୍ଦ୍ର ସରକାର କହିଛନ୍ତି ଯେ ଦୋଷୀଙ୍କୁ ମୁକ୍ତ କରିବା ସମଗ୍ର ଦେଶ ଓ ବିଶ୍ୱକୁ ଗୋଟାଏ ଭ୍ରମାତ୍ମକ ବାର୍ତ୍ତା ପ୍ରେରଣ କରିବ।

ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତମାନଙ୍କୁ ମୁକ୍ତ କରିବା ଆନ୍ତର୍ଜାତିକ କୁପ୍ରଭାବ ପକାଇବା ସହ ବିପଜ୍ଜନକ ଉଦାହରଣ ସୃଷ୍ଟି କରିବ ବୋଲି କେନ୍ଦ୍ର କହିଛି।

ସାତଜଣ ଦୋଷୀଙ୍କୁ ମୁକ୍ତି ଦେବାକୁ ପୂର୍ବରୁ ତାମିଲନାଡୁ ସରକାର ପ୍ରସ୍ତାବ ଦେଇଥିଲେ।

ଏହି ମାମଲାର ତଦନ୍ତ କରୁଥିବା ସିବିଆଇ ମଧ୍ୟ ଦୋଷୀଙ୍କୁ ମୁକ୍ତ କରିବାକୁ ପ୍ରସ୍ତାବ ଦେଇଥିଲା।

୭ ଜଣ ଦୋଷୀ ୨୭ ବର୍ଷ ହେବ କାରାଗାରରେ ରହିଲେଣି।

ମାମଲାର ସ୍ପର୍ଶକାତରତା ଉପରେ ଆଲୋକପାତ କରି କେନ୍ଦ୍ର ମନ୍ତ୍ରାଳୟ ଏକ ରିପୋର୍ଟରେ ଉଲ୍ଲେଖ କରିଛି ଯେ ରାଜୀବ ଗାନ୍ଧୀଙ୍କ ହତ୍ୟା ଆନ୍ତର୍ଜାତିକ ଆତଙ୍କବାଦୀମାନଙ୍କ ଦ୍ୱାରା କରାଯାଇଥିବା ସବୁଠୁ ଘୃଣ୍ୟ ଏବଂ ଭୀଷଣ ଅପରାଧ। ଏଥିରେ ୧୬ ଜଣରୁ ଊର୍ଦ୍ଧ୍ୱ ନିରୀହ ବ୍ୟକ୍ତି ଏବଂ କେତେକ ନିରାପତ୍ତା କର୍ମଚାରୀଙ୍କର ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଥିଲେ।

ସେମାନଙ୍କ ପିତାଙ୍କ ହତ୍ୟାକାରୀଙ୍କୁ ସମ୍ପୂର୍ଣ୍ଣ କ୍ଷମା କରି ଦେଇଛନ୍ତି ବୋଲି ପୁତ୍ର ରାହୁଳ ଓ କନ୍ୟା ପ୍ରିୟଙ୍କା କହିଛନ୍ତି।

ସମ୍ବନ୍ଧିତ ଖବର