ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ସୁପ୍ରିମ୍ କୋର୍ଟଙ୍କୁ କହିଛନ୍ତି ଯେ ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାରେ ସଂପୃକ୍ତ ୭ ଜଣ ଦୋଷୀଙ୍କୁ ଖଲାସ କରିବା ପାଇଁ ତାମିଲନାଡ଼ୁ ସରକାରଙ୍କ ପ୍ରସ୍ତାବ କୌଣସି ସ୍ଥିତିରେ ବି ଗ୍ରହଣୀୟ ନୁହେଁ। ଏହି ଅପରାଧୀମାନଙ୍କ ଦଣ୍ଡକୁ କ୍ଷମା କରାଗଲେ ବିପଜ୍ଜନକ ପରମ୍ପରା ଆରମ୍ଭ ହେବ ଏବଂ ଅନ୍ତର୍ଜାତୀୟସ୍ତରରେ ମଧ୍ୟ ଏହାର ପରିଣାମ ଭଲ ହେବ ନାହିଁ। ବୋଲି ସରକାର କହିଛନ୍ତି। ବିଚାରପତି ରଂଜନ ଗୋଗଇ, ବିଚାରପତି ନବୀନ ସିହ୍ନା ଏବଂ ବିଚାରପତି କେ.ଏମ୍. ଯୋଶେଫଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଗୃହ ମନ୍ତ୍ରାଳୟ ଦ୍ୱାରା ଏହି ମାମଲାରେ ଦାଖଲ ଦସ୍ତାବିଜ ଦେଖିବା ପରେ ଆଜି ଶୁଣାଣି ସ୍ଥଗିତ ରଖିଛନ୍ତି। ତାମିଲନାଡ଼ୁ ସରକାର ରାଜୀବ ଗାନ୍ଧୀ ହତ୍ୟାକାଣ୍ଡର ୭ ଜଣ ଦୋଷୀଙ୍କ ଦଣ୍ଡ ଛାଡ଼ କରିବା ପାଇଁ ନିବେଦନ କରିଥିଲେ। ତେବେ କେନ୍ଦ୍ର ସରକାରଙ୍କ ସହମତି ବିନା ଏଭଳି ଆଦେଶ କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି ସୁପ୍ରିମ୍ କୋର୍ଟ ପୂର୍ବରୁ ସ୍ପଷ୍ଟ କରିଦେଇଥିଲେ। ଅଦାଲତ ଦୋଷୀମାନଙ୍କୁ ମୃତ୍ୟୁ ଦଣ୍ଡ ଦେବାପାଇଁ ପର୍ଯ୍ୟାପ୍ତ କାରଣ ଦର୍ଶାଇଛନ୍ତି। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ୧୫ ଜଣଙ୍କୁ ନୃଶଂସ ହତ୍ୟା କରାଯାଇଥିବାରୁ ଏଠାରେ ରାଷ୍ଟ୍ର କୌଣସି କେହଳ ମନୋଭାବ ପୋଷଣ କରିବ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି।
ରାଜୀବ ଗାନ୍ଧୀ ହତ୍ୟା ମାମଲା: ଦୋଷୀଙ୍କୁ ଖଲାସ ପ୍ରସ୍ତାବକୁ ସରକାରଙ୍କ ପ୍ରତ୍ୟାଖ୍ୟାନ
/sambad/media/post_attachments/wp-content/uploads/2018/08/Rajiv-Gandhi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)