ଭେଲ୍ଲୋର : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଆଜୀବନ ଜେଲ୍ଦଣ୍ଡ ଭୋଗୁଥିବା ନଳିନୀ ଶ୍ରୀହରନ୍ ଗତକାଲି ଭେଲ୍ଲୋର ସ୍ବତନ୍ତ୍ର କାରାଗାରରେ ଆତ୍ମହତ୍ୟା ଉଦ୍ୟମ କରିଛି। ନଳିନୀର ଆଇନଜୀବୀ ପି ପୁଗାଲେନ୍ଥି ଏହି ସୂଚନା ଦେଇଛନ୍ତି। କିନ୍ତୁ ଉଭୟ ପୁଲିସ ଏବଂ ଜେଲ୍ ବିଭାଗ ଅଧିକାରୀମାନେ ପୁଗାଲେନ୍ଥିଙ୍କ ଏହି ବୟାନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ନଳିନୀ କେବଳ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲା ବୋଲି ସେମାନେ କହିଛନ୍ତି। ନଳିନୀର ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଠିକ୍ ଅଛି ବୋଲି ସେମାନେ କହିଛନ୍ତି।
ନଳିନୀ ଦୀର୍ଘ ୨୮ ବର୍ଷରୁ ଅଧିକ ବର୍ଷ ଧରି ଜେଲ୍ରେ ରହିଛି। ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି ଯେ, ନଳିନୀ ଜେଲ୍ରେ ଥିବା ସମୟରେ ଅନ୍ୟ ମହିଳା କଏଦୀମାନଙ୍କୁ ନିର୍ଯାତନା ଦେଉଥିଲା ଏବଂ ସେମାନଙ୍କୁ ସହାୟକ ଭାବେ ଖଟାଉଥିଲା। ନଳିନୀ ବିରୋଧରେ ସେମାନେ ଅଭିଯୋଗ କରିବା ପରେ ଏନେଇ ତଦନ୍ତ ଆରମ୍ଭ ହୋଇଥିଲା। କିନ୍ତୁ ନଳିନୀ ତଦନ୍ତ ପ୍ରକ୍ରିୟାରେ ସହଯୋଗ ନକରି ଜେରା କଲେ ସେ ଆତ୍ମହତ୍ୟା କରିଦେବ ବୋଲି ଧମକ ଦେଇଥିଲା। ଅନ୍ୟପକ୍ଷେ ପୁଗାଲେନ୍ଥି କହିଛନ୍ତି, ୱାର୍ଡେନ୍ଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/rajivgandhi-21-1495353344-1557406790.jpg)