ଦାୟିତ୍ବ ନେଲେ ରାଜୀବ ଗୌବା

ନୂଆଦିଲ୍ଲୀ: ରାଜୀବ ଗୌବା ଆଜି ନୂଆ କ୍ୟାବିନେଟ୍‌ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ବିଦାୟୀ କ୍ୟାବିନେଟ୍‌ ସଚିବ ପିକେ ସିହ୍ନାଙ୍କ ଅବସର ପରେ ତାଙ୍କୁ ଏହି ଦାୟିତ୍ବ ମିଳିଛି। ୧୯୮୨ ବ୍ୟାଚ୍‌ର ଝାଡ଼ଖଣ୍ଡ କ୍ୟାଡର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (ଆଇଏଏସ୍‌) ଗୌବା କେନ୍ଦ୍ର ଗୃହ ସଚିବ, ଭାରତ ସରକାରଙ୍କ ସହରାଂଚଳ ବିକାଶ ମନ୍ତ୍ରାଳୟ ସଚିବ ତଥା ଝାଡ଼ଖଣ୍ଡର ମୁଖ୍ୟ ଶାସନ ସଚିବ ଭଳି ବହୁ ଗୁରୁତ୍ବପୂର୍ଣ୍ଣ ପଦ ପଦବିରେ ଦାୟିତ୍ବ ନିର୍ବାହ କରିଛନ୍ତି।

ସମ୍ବନ୍ଧିତ ଖବର