ରାଜୀବ ଗୌବା କ୍ୟାବିନେଟ୍‌ ସଚିବ

ନୂଆଦିଲ୍ଲୀ : ମୋଦୀ ସରକାର ଆଜି ବିଦାୟୀ ଗୃହ ସଚିବ ରାଜୀବ ଗୌବାଙ୍କୁ କ୍ୟାବିନେଟ୍ ସଚିବ ପଦରେ ୨ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି। ୧୯୮୨ ବ୍ୟଚ୍ ଝାଡ଼ଖଣ୍ଡ କ୍ୟାଡର ଆଇଏଏସ୍‌ ଅଫିସର ଗୌବା ବର୍ତ୍ତମାନର କ୍ୟାବିନେଟ୍‌ ସଚିବ ପି.କେ. ସିହ୍ନାଙ୍କ ସ୍ଥାନରେ ଅବସ୍ଥାପିତ ହେବେ। ୨୦୧୫ରେ ସିହ୍ନାଙ୍କୁ କ୍ୟାବିନେଟ୍‌ ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା। ଏହା ବ୍ୟତୀତ ଆଜି କେନ୍ଦ୍ର ସରକାର ଅଜୟ କୁମାରଙ୍କୁ ପ୍ରତିରକ୍ଷା ସଚିବ ଭାବେ ୨ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି। ଅଜୟ କୁମାର ୧୯୮୫ ବ୍ୟାଚ୍‌ କେରଳ କ୍ୟାଡର୍‌ ଆଇଏଏସ୍‌ ଅଫିସର।

ସମ୍ବନ୍ଧିତ ଖବର