ନୂଆଦିଲ୍ଲୀ : ୧୯୮୨ ବ୍ୟାଚ ବିହାର କ୍ୟାଡର ଆଇଏଏସ ଅଫିସର ରାଜୀବ ଗଉବା ଦେଶର ପରବର୍ତ୍ତି କ୍ୟାବିନେଟ ସଚିବ ହେବା ସମ୍ଭାବନା ରହିଛି । ବର୍ତ୍ତମାନର କ୍ୟାବିନେଟ ସଚିବ ପି.କେ. ସିହ୍ନାଙ୍କ କାର୍ଯ୍ୟକାଳ ଜୁନ ୧୨ରେ ସମାପ୍ତ ହେଉଛି । ବରିଷ୍ଠତାକ୍ରମରେ ତାଙ୍କ ପଛକୁ ରହିଛନ୍ତି ରାଜୀବ ଗଉବା । ଗଉବା ଏବେ କେନ୍ଦ୍ର ଗୃହ ସଚିବ ରହିଛନ୍ତି । ରାଜୀବ ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ବିଭାନ୍ନ ବିଭାଗ, ବିହାର ଓ ଝାଡ଼ଖଣ୍ଡ ସରକାରଙ୍କ ବିଭିନ୍ନ ବିଭାଗରେ ବରିଷ୍ଠ ସଚିବ ଭାବେ କାମ କରିଛନ୍ତି । କ୍ୟାବିନେଟ ସଚିବ ଦେଶର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀ ବୋଲି କୁହାଯାଏ ।
ରାଜୀବ ଗଉବା ହେବେ ଦେଶର ନୂଆ କ୍ୟାବିନେଟ ସଚିବ
/sambad/media/post_attachments/wp-content/uploads/2019/05/rajiv-gauba.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)