ସିବିଆଇରେ ହାଜର ହେଲେନି ପୂର୍ବତନ କୋଲକାତା ପୁଲିସ କମିସନର ରାଜୀବ କୁମାର

କୋଲକାତା: ଶାରଦା ଚିଟ୍‌ ଫଣ୍ଡ୍‌ ଦୁର୍ନୀତି ମାମଲାରେ ଆଜି ପୂର୍ବତନ କୋଲକାତା ପୁଲିସ କମିସନର ରାଜୀବ କୁମାରଙ୍କୁ ସଲ୍ଟ ଲେକ୍‌ ସ୍ଥିତ ସିବିଆଇ ଅଫିସ୍‌କୁ ସମନ୍‌ କରାଯାଇଥିଲା। ପୂର୍ବାହ୍ନ ୧୦ଟାରେ ରାଜୀବ କୁମାରଙ୍କୁ ସିବିଆଇ ଅଫିସ୍‌ରେ ହାଜର ହେବାପାଇଁ କୁହାଯାଇଥିଲା। କିନ୍ତୁ ରାଜୀବ କୁମାର ସିବିଆଇରେ ହାଜର ହୋଇନଥିଲେ। ତାଙ୍କ ମୋବାଇଲ୍‌ ଫୋନ୍ ମଧ୍ୟ ବନ୍ଦ ଥିଲା। ତେବେ ପରେ ରାଜୀବ କୁମାର ସିବିଆଇକୁ ଏକ ମେଲ୍‌ କରି ହାଜର ହେବାପାଇଁ ଅଧିକ ସମୟ ଚାହିଥିଲେ। ରାଜୀବଙ୍କ ଅନୁରୋଧ ସଂକ୍ରାନ୍ତରେ ସିବିଆଇ ଅଧିକାରୀମାନେ ବିଚାରବିମର୍ଶ କରୁଥିବା ଜଣାପଡ଼ିଛି। ତେବେ ରାଜୀବ କାଳେ ରାଜ୍ୟ ଛାଡ଼ି ଅନ୍ୟତ୍ର ଚାଲି ଯାଇପାରନ୍ତି ସେନେଇ ସିବିଆଇ ଅଧିକାରୀମାନେ କୋଲକାତା ବିମାନବନ୍ଦର ଅଧିକାରୀମାନଙ୍କୁ ସତର୍କ କରାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର